ନୂଆଦିଲ୍ଲୀ: ଏସିଆ କପ୍ ଆୟୋଜନକୁ ନେଇ ବିବାଦ ଥମିବାର ନାଁ ନେଉନି । ଏସିଆକପ ପାକିସ୍ତାନରେ ନୁହେଁ ବରଂ ଦୁବାଇରେ ହେବ ବୋଲି ଦିନକ ପୂର୍ବରୁ କହିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତେବେ ଏନେଇ ପ୍ରତିକ୍ରିୟା ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)
ଏସିଆ କପ୍ର ଭେନ୍ୟୁ ସ୍ଥିର ହୋଇନାହିଁ । ମାର୍ଚ୍ଚ 3ରେ ହେବାକୁ ଥିବା ଏସିଆନ କ୍ରିକେଟ କାଉନସିଲ(ACC) ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି ପିସିବି ପକ୍ଷରୁ କୁହାଯାଇଛି । ତେବେ ଟି-20 ବିଶ୍ବକପକୁ ଦୃଷ୍ଟିରେ ରଖି ଏସିଆ କପ୍ ଟି-20 ଫର୍ମାଟରେ ଖେଳାଯିବା ନେଇ ମଧ୍ୟ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।