ଓଡିଶା

odisha

By

Published : Aug 10, 2020, 8:30 PM IST

ETV Bharat / sports

‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରରେ ଉଡିଲା ଧଜିଆ

ଆଇପିଏଲ-2020ର ଟାଇଟଲ ପ୍ରାୟୋଜକ ଭିଭୋ ରେସରୁ ଓହରିବା ପରେ ନୂଆ ପ୍ରାୟୋଜକ ପାଇଁ ଟେଣ୍ଡର ଡାକିଛି ବିସିସିଆଇ । ତେବେ ଏଥିପାଇଁ ରାମଦେବ ବାବାଙ୍କ ପତଞ୍ଜଳି କମ୍ପାନୀ ବିଡ୍‌ ଭରିଥିବା ନେଇ ସୋମବାର ରିପୋର୍ଟ ପ୍ରକାଶ ପାଇଛି । ‘ପତଞ୍ଜଳି ଆଇପିଏଲ’ ନାମକୁ କଳ୍ପନା କରି ଟ୍ବିଟରରେ କିଛି ୟୁଜର୍ସ ଏହାକୁ ଟ୍ରୋଲ କରିଛନ୍ତି ।

‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରେ ଉଡିଲା ଧଜ୍ୟା
‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରେ ଉଡିଲା ଧଜ୍ୟା

ହାଇଦ୍ରାବାଦ: ଆଇପିଏଲ-2020ର ଟାଇଟଲ ପ୍ରାୟୋଜକ ଭିଭୋ ରେସରୁ ଓହରିବା ପରେ ନୂଆ ପ୍ରାୟୋଜକ ପାଇଁ ଟେଣ୍ଡର ଡାକିଛି ବିସିସିଆଇ । ତେବେ ଏଥିପାଇଁ ରାମଦେବ ବାବାଙ୍କ ପତଞ୍ଜଳି କମ୍ପାନୀ ବିଡ୍‌ ଭରିଥିବା ନେଇ ସୋମବାର ରିପୋର୍ଟ ପ୍ରକାଶ ପାଇଛି । ଆଉ ଏହା ପରେ ବିଭିନ୍ନ ସୋସିଆଲ ମିଡିଆରେ ପତଞ୍ଜଳି ଆଇପିଏଲକୁ ନେଇ ଟ୍ରୋଲ କରାଯାଇଛି ।

‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରେ ଉଡିଲା ଧଜ୍ୟା

ଉଲ୍ଲେଖଥାଉ କି, ଚଳିତ ବର୍ଷ ପାଇଁ ଦେଶର ବିତ୍ତଶାଳୀ ଲିଗ୍‌ ଆଇପିଏଲ ୟୁଏଇରେ ଆସନ୍ତା ସେପ୍ଟେମ୍ବବର-19ରୁ ନଭେମ୍ବର-10 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ଭାରତ-ଚୀନ ସୀମା ବିବାଦ ପାଇଁ ଚୀନ ମୋବାଇଲ କମ୍ପାନୀ ଭିଭୋକୁ ବିରୋଧ କରାଯିବା ପରେ ଆଇପିଏଲର ଟାଇଟଲ ପ୍ରାୟୋଜକରୁ ଭିଭୋ ଓହରି ଯାଇଛି । ଫଳରେ ବିସିସିଆଇର ନୂଆ ଟେଣ୍ଡର ଅନୁଯାୟୀ, ଜିଓ, ଡ୍ରିମ ଇଲେଭେନ, ଆମାଜୋନ, ଟାଟା ଗ୍ରୁପ, ବାୟିଜୁ ଓ ପତଞ୍ଜଳି ଭଳି କିଛି ବ୍ରାଣ୍ଡ ଟାଇଟଲ ସ୍ପନସର ପାଇଁ ବିଡ ଭରିଥିବା ଚର୍ଚ୍ଚା ହେଉଛି । ତେବେ ‘ପତଞ୍ଜଳି ଆଇପିଏଲ’ ନାମକୁ କଳ୍ପନା କରି ଟ୍ବିଟରେ କିଛି ୟୁଜର୍ସ ଏହାକୁ ଟ୍ରୋଲ କରିଛନ୍ତି ।

‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରେ ଉଡିଲା ଧଜ୍ୟା

ହର୍ଷ ଶର୍ମା ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ‘‘ଚିନ୍ତା କର ଯଦି ପତଞ୍ଜଳି ଆଇପିଏଲ ହୁଏ, ତେବେ ଖେଳାଳିମାନେ ଏନର୍ଜି ଡ୍ରିଙ୍କରେ ତୁଳସୀ ଜଳ ପିଇବେ । ’’

‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରେ ଉଡିଲା ଧଜ୍ୟା

ସେହିପରି ବିଭୁ ନାମକ ଜଣେ ୟୁଜର୍ସ ଲେଖିଛନ୍ତି,‘‘ ଆଇପିଏଲ ପାଇଁ ପତଞ୍ଜଳି ବିଡ୍‌ ଭରିଛି । ଏବେ ଧୋନିଙ୍କୁ ଦନ୍ତକାନ୍ତୀ ପ୍ଲେୟାର ଅଫ ଦ ମ୍ୟାଚ ଆୱାର୍ଡ ଦିଆଯିବ । ’’

‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରେ ଉଡିଲା ଧଜ୍ୟା

ସେହିପରି ରମେସ ଶ୍ରୀବସ୍ତବ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ‘‘ ପତଞ୍ଜଳି ଆଇପିଏଲ ହେଲେ ମୁଁ ଶୀର୍ଷାସନ କରିବି । ଆଉ ହଠାତ୍‌ ଆରସିବି ପଏଣ୍ଟ ଟେବୁଲର ଶୀର୍ଷରେ ଥିବ ।’’

‘ପତଞ୍ଜଳି ଆଇପିଏଲ’ ନାମକୁ ନେଇ ଚର୍ଚ୍ଚା, ଟ୍ବିଟରେ ଉଡିଲା ଧଜ୍ୟା

ABOUT THE AUTHOR

...view details