ହାଇଦ୍ରାବାଦ: ପୁରୁଷଙ୍କ ଆଇସିସି ଟି-20 ବିଶ୍ବକପରେ ନିଜର ସ୍ଥାନ ପକ୍କା କରିଛି ପାପୁଆ ନ୍ୟୁ ଗିନି । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ଠାରେ ଖେଳାଯିବ । ଦୁବାଇ ଠାରେ ଖେଳାଯାଇଥିବା କ୍ବାଲିଫାୟର ମ୍ୟାଚରେ ପାପୁଆ ନ୍ୟୁ ଗିନି କେନିଆକୁ 45 ରନରେ ହରାଇ ଏହି ଯୋଗ୍ୟତା ଅର୍ଜନ କରିଛି ।
ତେବେ, ପାପୁଆ ନ୍ୟୁ ଗିନିର ଭାଗ୍ୟ ନେଦରଲାଣ୍ଡ ଓ ସ୍କଟଲାଣ୍ଡର ମ୍ୟାଚ ଉପରେ ମଧ୍ୟ ନିର୍ଭର କରୁଥିଲା । ନେଦରଲାଣ୍ଡକୁ 12.3 ଓଭରରେ ସ୍କଟଲାଣ୍ଡକୁ ହରାଇବାର ଥିଲା, କିନ୍ତୁ ସେ ଏଥିରେ ସଫଳ ହୋଇ ପାରିନଥିଲା । ସ୍କଟଲାଣ୍ଡ 8 ୱିକେଟ ବିନିମୟରେ 130 ରନ କରିଥିଲା । ପ୍ରତି ଉତ୍ତରରେ ନେଦରଲାଣ୍ଡ ଟିମ 17 ଓଭରରେ 6 ୱିକେଟ ହରାଇ 131 ରନ କରି ମ୍ୟାଚ ଜିତି ନେଇଥିଲା । କିନ୍ତୁ ପାପୁଆ ନ୍ୟୁ ଗିନିକୁ ଟି-20 ବିଶ୍ବକପ ପାଇଁ କ୍ବାଲିଫାଇ କରିବାରୁ ଅଟକାଇ ପାରି ନଥିଲା । ଆଉ ଏଥି ସହିତ ପାପୁଆ ନ୍ୟୁ ଗିନି ରଚିଥିଲା ଇତିହାସ ।