ଓଡିଶା

odisha

ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ: ସବୁ ଫର୍ମାଟରେ ପନ୍ତ ହେବେ ସର୍ବକାଳୀନ ଶ୍ରେଷ୍ଠ

By

Published : Mar 5, 2021, 7:42 PM IST

ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 294/7 ରହିଛି । ଫଳରେ ଇଂଲଣ୍ଡ ଠାରୁ 89 ରନର ଉପଯୋଗୀ ଅଗ୍ରଣୀ ହାସଲ କରିନେଇଛି ଘରୋଇ ଦଳ । ଅଧିକ ପଢନ୍ତୁ...

Pant will be an all-time great in all formats in years to come: Ganguly
ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ: ସବୁ ଫର୍ମାଟରେ ପନ୍ତ ହେବେ ସର୍ବକାଳୀନ ଶ୍ରେଷ୍ଠ

ଅହମ୍ମଦାବାଦ: ଭାରତୀୟ କ୍ରିକେଟର ନୂଆ ମ୍ୟାଚ ବିଜେତା ଋଷଭ ପନ୍ତଙ୍କୁ ନେଇ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ନିକଟ ଭବିଷ୍ୟତରେ ସବୁ ଫର୍ମାଟରେ ପନ୍ତ ହେବେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି । ଲଢୁଆ ଶତକ ପରେ ପନ୍ତଙ୍କ ଉଦ୍ଦେଶ୍ୟରେ ଏମିତି କିଛି ଟ୍ବିଟ କରିଛନ୍ତି ଗାଙ୍ଗୁଲି ।

ଇଂଲିସ ବୋଲିଂ ଆକ୍ରମଣ ସାମ୍ନାରେ ଭାରତୀୟ ବ୍ୟାଟ୍ସମ୍ୟାନ ଯେଉଁସମୟରେ ସଂଘର୍ଷ କରୁଥିଲେ, ସେତେବେଳେ ବ୍ୟାଟିଂ ପାଇଁ ଆସିଥିଲେ ପନ୍ତ । ୱିକେଟ ନ ହରାଇବା ଓ ଇଂଲଣ୍ଡର ପ୍ରଥମ ଇଂନିସ ରନକୁ ପାର୍‌ କରିବାର ଆହ୍ବାନ ଥିଲା । ହାତରେ ଥିଲା ମାତ୍ର 4 ୱିକେଟ ।

ପ୍ରଥମେ ଧୈର୍ଯ୍ୟ ଓ ପରେ ପ୍ରତିଆକ୍ରମଣ ରଣନୀତି ସହ ଜଣଙ୍କ ପରେ ଜଣେ ଇଂଲଣ୍ଡ ବୋଲରଙ୍କୁ ପ୍ରହାର ଆରମ୍ଭ କରିଥିଲେ । ୱାସିଂଟନ ସୁନ୍ଦରଙ୍କ ସହ ମିଶି ଭାଗିଦାରୀକୁ ବଢାଇବା ସହ ଇଂଲଣ୍ଡ ସ୍କୋରକୁ ପାର୍‌ କରି ଭାରତ ନିୟନ୍ତ୍ରଣକୁ ମ୍ୟାଚ ନେଇଆସିଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 294/7 ରହିଛି । ଫଳରେ ଇଂଲଣ୍ଡ ଠାରୁ 89 ରନର ଉପଯୋଗୀ ଅଗ୍ରଣୀ ହାସଲ କରିନେଇଛି ଘରୋଇ ଦଳ ।

କଠିନ ପରିସ୍ଥିତିରେ ବ୍ୟାଟିଂ କରିବା ସହ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି । ଏହାପରେ ପନ୍ତଙ୍କୁ ପ୍ରତି ପ୍ରଶଂସାର ସୁଅ ଛୁଟିଛି । ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ, ଓପନର ରୋହିତ ଶର୍ମା, ଶିଖର ଧାୱନଙ୍କ ସମେତ ଅନେକ ଭାରତୀୟ କ୍ରିକେଟର ପନ୍ତଙ୍କ ଏହି ଶତକୀୟ ଇଂନିସକୁ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details