ଅହମ୍ମଦାବାଦ: ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ଓପନର ରୋହିତ ଶର୍ମାଙ୍କ ବଡ ବୟାନ। ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପରେ ଟିମ ଇଣ୍ଡିଆର ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବାକୁ ପନ୍ତ ସଂପୂର୍ଣ୍ଣ ପ୍ରସ୍ତୁତ କି ବୋଲି ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ରୋହିତଙ୍କୁ ପ୍ରଶ୍ନ ଥିଲା । ଏହାର ଉତ୍ତରରେ ରୋହିତ କହିଛନ୍ତି ସଂପୂର୍ଣ୍ଣ ପ୍ରସ୍ତୁତ ।
ମଡର୍ଣ୍ଣ ଡେ କ୍ରିକେଟରେ ମହାନତମ ଫିନିସର ଭାବେ ବିବେଚିତ ହେବାସହ ୱିକେଟ ପଛରେ ଅନ୍ୟତମ ଶ୍ରେଷ୍ଠ ଓ ସଫଳତମ ଖେଳାଳି ରହିଥିବା ଧୋନିଙ୍କ ପଥରେ ପନ୍ତ ଅଗ୍ରସର ହେଉଥିବା କହିଛନ୍ତି ରୋହିତ ।