ନୂଆଦିଲ୍ଲୀ: ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ବଡ ବୟାନ । "ଗତ କିଛି ମାସ ମଧ୍ୟରେ ନିଜକୁ ସମସ୍ତ ଫର୍ମାଟରେ ପ୍ରମାଣିତ କରିଛନ୍ତି ପନ୍ତ । ଫଳରେ ନିକଟ ଭବିଷ୍ୟତରେ ଟିମ ଇଣ୍ଡିଆର ନେତୃତ୍ବ ଦୌଡରେ ଆଗରେ ରହିବେ । ପନ୍ତଙ୍କ ଆକ୍ରମଣାତ୍ମକ କ୍ରିକେଟ ଭାରତକୁ ଶୀର୍ଷ ସ୍ଥାନରେ ରଖିବ ।" ପନ୍ତଙ୍କ ଉଦ୍ଦେଶ୍ୟରେ ଏମିତି କିଛି ଟ୍ବିଟରେ ଉଲ୍ଲେଖ କରିଛନ୍ତି ଆଝରୁଦ୍ଦିନ ।
ନିୟମିତ କ୍ୟାପଟେନ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗର ଏହି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବେ ପନ୍ତ । 23 ବର୍ଷୀୟ ପନ୍ତ, ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ସିରିଜର ତୃତୀୟ ଓ ଚତୁର୍ଥ ଟେଷ୍ଟରେ ଯଥାକ୍ରମେ 97 ଓ 89 ରନର ମ୍ୟାଚ ବିଜୟୀ ମାରାଥନ ଇଂନିଲ ଖେଳିଥିଲେ । ଫଳରେ ଭାରତ 2-1ରେ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ସିରିଜ ବିଜୟୀ ହୋଇଥିଲା ।