ଓଡିଶା

odisha

ETV Bharat / sports

‘ଆଉଟ୍‌ ହେବାକୁ ଡର ନାହିଁ, କୋହଲିଙ୍କ ରାଗକୁ ଡର’ - କ୍ରିକେଟ

ପଡିଆରେ ଖେଳିବା ବେଳେ ପନ୍ତ ଆଉଟ୍‌ ହେବାକୁ ଡରନ୍ତି ନାହିଁ । ବୋଲରଙ୍କ ବିରୋଧରେ ରିସ୍କ ନେବାକୁ ସେ ସବୁବେଳେ ପ୍ରସ୍ତୁତ । କିନ୍ତୁ ତାଙ୍କର କେବଳ ଗୋଟିଏ କଥାକୁ ପ୍ରବଳ ଡର । ଆଉ ତାହା ହେଉଛି କୋହଲିଙ୍କ କ୍ରୋଧ ।

ଫାଇଲ ଫଟୋ

By

Published : Apr 3, 2019, 12:06 AM IST

ନୂଆଦିଲ୍ଲୀ: ଆଇପିଏଲ 12ରେ ନିଜ ଦମଦାର ପ୍ରଦର୍ଶନ ଦ୍ବାରା ଦଳକୁ ଜିତାଇ ଚର୍ଚ୍ଚାରେ ଅଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟ କିପର ରିଷଭ ପନ୍ତ । 4ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ 153 ରନ କରି ସେ ଅରେଞ୍ଜ କ୍ୟାପ୍‌ ଲିଷ୍ଟର 4ର୍ଥ ସ୍ଥାନରେ ଅଛନ୍ତି । ତେବେ ଏହି ଅବସରରେ ସେ ଟିମ ଇଣ୍ଡିଆ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକ୍ୟାପ୍ଟେନ ବିରାଟ କୋହଲିଙ୍କ ବିଷୟରେ ଏକ ଖୁଲାସା କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସର ଅଫିସିଆଲ ୱେବସାଇଟ୍‌ରେ ପନ୍ତଙ୍କ ଏକ ଭିଡିଓ ସେୟାର ହୋଇଛି । ଏଥିରେ ପନ୍ତ ନିଜ କ୍ରିକେଟ୍‌ କ୍ୟାରିୟର ଉପରେ ଆଲୋଚନା କରୁଥିବାର ଦେଖାଯାଇଛି । ତେବେ ଏଥିରେ ସେ କୋହଲିଙ୍କ କ୍ରୋଧ ବିଷୟରେ କହିଛନ୍ତି । ପଡିଆରେ ଖେଳିବାବେଳେ ସେ ଆଉଟ୍‌ ହେବାକୁ ଡରନ୍ତି ନାହିଁ । ବୋଲରଙ୍କ ବିରୋଧରେ ରିସ୍କ ନେବାକୁ ସେ ସବୁବେଳେ ପ୍ରସ୍ତୁତ ।

କିନ୍ତୁ ତାଙ୍କର କେବଳ ଗୋଟିଏ କଥାକୁ ପ୍ରବଳ ଡର । ଆଉ ତାହା ହେଉଛି କୋହଲିଙ୍କ କ୍ରୋଧ । କୌଣସି ଭୁଲ କଲେ ଅନେକ ସମୟରେ କୋହଲି ରାଗିଯାଆନ୍ତି । ଯାହାକୁ ପନ୍ତ ପ୍ରବଳ ଡରନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଯେତେ ପର୍ଯ୍ୟନ୍ତ କେହି କିଛି ଭୁଲ କରିନାହାଁନ୍ତି କୋହଲି କିଛି କହିନଥାନ୍ତି । କିନ୍ତୁ ଟିକେ ଭୁଲ କରିବା ମାତ୍ରେ ସେ ରାଗିଯାଆନ୍ତି । ଏହି ସମୟରେ ତାଙ୍କୁ ବହୁତ ଡର ଲାଗେ ।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ କୋହଲି ରାଗିବା ଭଲ । କାରଣ ଏହି ସମୟରେ ଜଣେ ଜାଣିପାରିବ ଯେ ସେ କଣ ଭୁଲ କରିଛି । ଆଉ ଭୁଲରୁ ଅନେକ କିଛି ଶିଖିବାକୁ ମିଳିବ । ଉଲ୍ଲେଖଯୋଗ୍ୟ ଯେ କୋହଲି ଆଇପିଏଲରେ ଆରସିବି ଦଳ ପକ୍ଷରୁ ଖେଳୁଥିବାବେଳେ ପନ୍ତ ଦିଲ୍ଲୀ ଟିମରେ ଅଛନ୍ତି ।

ABOUT THE AUTHOR

...view details