ଓଡିଶା

odisha

ETV Bharat / sports

ଧୋନିଙ୍କ ଜନ୍ମଦିନରେ ରାଞ୍ଚି ଯିବା ପାଇଁ ଚାର୍ଟର ପ୍ଲେନ ଭଡା କରିଥିଲେ ପାଣ୍ଡ୍ୟା - Pandya brothers hire a charter plane

ସୋସିଆଲ ମଡିଆରେ ସୃଷ୍ଟି ହୋଇଥିଲା ଝଡ । ସାରା ଦେଶରେ କୋରୋନା କଟକଣା ଜାରି ରହିଥିବା ବେଳେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କେମିତି ଭ୍ରମଣ କରେ ପାଣ୍ଡ୍ୟା ବ୍ରଦର୍ସ ।

pandya-brothers-hire-a-charter-plane-to-reach-ranchi-to-wish-ms-dhoni-on-his-birthday
ଧୋନିଙ୍କ ଜନ୍ମଦିନରେ ରାଞ୍ଜି ଯିବା ପାଇଁ ଚାର୍ଟର ପ୍ଲେନ ଭଡା କରିଥିଲେ ପାଣ୍ଡ୍ୟା

By

Published : Jul 9, 2020, 5:23 PM IST

ମୁମ୍ବାଇ: ଗତ ମଙ୍ଗଳବାର ଥିଲା ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କ ଜନ୍ମଦିନ । ତେବେ ସୋସିଆଲ ମିଡିଆରେ ଧୋନିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ କିନ୍ତୁ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟା) ସିଧା ପହଞ୍ଚିଥିଲେ ରାଞ୍ଚିରେ ।

ଧୋନିଙ୍କୁ ଆଶ୍ଚର୍ଯ୍ୟ କରାଇବା ଭଳି ଜଣାଇଥିଲେ ଜନ୍ମଦିନର ଶୁଭେଚ୍ଛା । ତେବେ ଏହା ପରେ ସୋସିଆଲ ମଡିଆରେ ସୃଷ୍ଟି ହୋଇଥିଲା ଝଡ । ସାରା ଦେଶରେ କୋରୋନା କଟକଣା ଜାରି ରହିଥିବା ବେଳେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କେମିତି ଭ୍ରମଣ କରେ ପାଣ୍ଡ୍ୟା ବ୍ରଦର୍ସ ।

ଧୋନିଙ୍କ ଜନ୍ମଦିନରେ ରାଞ୍ଜି ଯିବା ପାଇଁ ଚାର୍ଟର ପ୍ଲେନ ଭଡା କରିଥିଲେ ପାଣ୍ଡ୍ୟା

ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାଇ, ବରୋଦାର ରାଞ୍ଚି ଯିବା ପାଇଁ ଏକ ଚାର୍ଟର ପ୍ଲେନ (ଘରୋଇ ଉଡାଜାହାଜ) ଭଡା କରିଥିଲେ ଏହି ପାଣ୍ଡ୍ୟା ବ୍ରଦର୍ସ । ମିଳିଥିବା ସୂଚନା ଅନୁସାରେ ପାଣ୍ଡ୍ୟା ବ୍ରଦର୍ସଙ୍କ ସାଥିରେ ଥିଲେ କୃଣାଲଙ୍କ ପତ୍ନୀ ପଙ୍ଖୁରୀ । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଏହି ଯାତ୍ରାରେ ସାମିଲ ହୋଇ ନଥିବା ସୂଚନା ରହିଛି । କାରଣ ନତାଶା ମା ହେବା ପାଇଁ ଯାଉଥିବା ବେଳେ ହାର୍ଦ୍ଦିକ ତାଙ୍କୁ ଏହି ଯାତ୍ରାରେ ସାମିଲ କରିବାକୁ ଚାହିଁ ନିଥିଲେ ।

ତେବେ ମଙ୍ଗଳବାର ଅପରାହ୍ନ 5ଟାରେ ରାଞ୍ଚିରେ ପହଞ୍ଚିଥିଲା ପ୍ଲେନଟି । ଧୋନିଙ୍କ ଫାର୍ମ ହାଉସରୁ 10 କିମି ଦୂରରେ ଥିବା ଏୟାରପୋର୍ଟରେ ପ୍ଲେନଟି ଲ୍ୟାଣ୍ଡ କରିଥିଲା । ତେବେ ସାମାଜିକ ଦୂରତା ରକ୍ଷା କଥା କୋରୋନା ନିୟମ ମାନି ସେଠାରେ ପହଞ୍ଚିଥିଲେ ପାଣ୍ଡ୍ୟା ବ୍ରଦର୍ସ ।ମଙ୍ଗଳବାର ଧୋନିଙ୍କ ଜନ୍ମଦିନ ପାଳନ ସହ ତାଙ୍କ ଫାର୍ମ ହାଉସରେ ରାତ୍ରି ବିତାଇଥିଲେ ସେମାନେ ।

ABOUT THE AUTHOR

...view details