ଓଡିଶା

odisha

ETV Bharat / sports

ଏସିଆନ କୁସ୍ତି ଚମ୍ପିଆନସିପ: ଭାରତ ଆସିବେ ପାକିସ୍ତାନ କୁସ୍ତିଯୋଦ୍ଧା - ଭାରତୀୟ ଅଲମ୍ପିକ ଆସୋସିଏସନ

ଭାରତରେ ହେବାକୁ ଥିବା ଏସିଆନ କୁସ୍ତି ଚମ୍ପିଆନସିପରେ ଅଂଶଗ୍ରହଣ କରିବ ପାକିସ୍ତାନ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ କୁସ୍ତିଯୋଦ୍ଧାଙ୍କୁ ଭିସା ପ୍ରଦାନ କରାଯାଇଛି । ଫେବୃଆରୀ 18-23 ମଧ୍ୟରେ ଏହି ମେଗା କୁସ୍ତି ଚମ୍ପିଆନସିପ ଖେଳାଯିବ ।

Pakistani wrestlers granted visas
ଏସିଆନ କୁସ୍ତି ଚମ୍ପିଆନସିପ

By

Published : Feb 17, 2020, 9:21 AM IST

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଏସିଆନ କୁସ୍ତି ଚମ୍ପିଆନସିପରେ ଅଂଶଗ୍ରହଣ କରିବ ପାକିସ୍ତାନ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ କୁସ୍ତିଯୋଦ୍ଧାଙ୍କୁ ଭିସା ପ୍ରଦାନ କରାଯାଇଛି । ଫେବୃଆରୀ 18-23 ମଧ୍ୟରେ ଏହି ମେଗା କୁସ୍ତି ଚମ୍ପିଆନସିପ ଖେଳାଯିବ । ଭିସା ପ୍ରଦାନକୁ ନେଇ କିଛି ଦିନର ଅନିଶ୍ଚିନ୍ତତା ପରେ, ଶେଷରେ ପାକିସ୍ତାନ ଖେଳାଳିଙ୍କୁ ଭାରତ ସରକାର ଅନୁମତି ପ୍ରଦାନ କରିଥିବା ସୂଚନା ଦେଇଛନ୍ତି, ଭାରତୀୟ କୁସ୍ତି ସଂଘର ସମ୍ପାଦକ ବିନୋଦ ତୋମାର।

ଭାରତ ଆସିବେ ପାକିସ୍ତାନ କୁସ୍ତିଯୁଦ୍ଧା

କ୍ରୀଡା ସମ୍ପାଦକ ରାଧେଶ୍ୟାମ ଜୁଲାନିୟା ଗୃହ ସଚିବଙ୍କ ସହ ଏନେଇ ଆଲୋଚନା କରିଥିଲେ। ଗୃହ ସଚିବଙ୍କ ସବୁଜ ସଙ୍କେତ ପରେ ଚିତ୍ର ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା, ସକରାତ୍ମକ ଭୂମିକା ନିଭାଇଥିବା ଜଣାପଡିଛି ।

ଭାରତୀୟ କୁସ୍ତି ସଂଘ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କୌଣସି କ୍ରୀଡା ଇଭେଣ୍ଟ ପାଇଁ ପ୍ରଥମ କରି ପାକିସ୍ତାନ କୁସ୍ତି ଖେଳାଳି ଭାରତ ଆସୁଛନ୍ତି । ପାକିସ୍ତାନ ଟିମରେ 4ଜଣ ଫ୍ରିଷ୍ଟାଇଲ କୁସ୍ତିଯୋଦ୍ଧା, ଜଣେ କୋଚ ଓ ଜଣେ ରେଫ୍ରି ଭାରତ ଆସିବାକୁ ଅନୁମତି ମିଳିଛି । (57 କିଲୋଗ୍ରାମ) ବର୍ଗରେ ମହମ୍ମଦ ବିଲାଲ୍‌, (74କିଲୋଗ୍ରାମ) ବର୍ଗରେ ଅବଦୁଲ ରେହମାନ, (97 କିଲୋଗ୍ରାମ) ବର୍ଗରେ ତୟବ ରାଜା ଓ (125 କିଲୋଗ୍ରାମ) ବର୍ଗରେ ଜାମନ ଅନୱାର ରହିଛନ୍ତି ।

ମିଳିତ ବିଶ୍ବ କୁସ୍ତି ସଂଘ

ଅନ୍ୟପଟେ କୋରୋନା ସଂକ୍ରମଣ ଭୟ ପାଇଁ 40 ଚାଇନିଜ କୁସ୍ତିଯୋଦ୍ଧାଙ୍କୁ ଭାରତ ଆସିବାକୁ ଅନୁମତି ନେଇ ସ୍ପଷ୍ଟ ହୋଇନାହିଁ। ତେବେ ମଙ୍ଗଳବାର ସୁଦ୍ଧା ଏ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ରହିଛି । ଭାରତ ସରକାର ଚାଇନିଜ ଲୋକଙ୍କୁ ଇ-ଭିସା ଦେବା ବନ୍ଦ କରିଦେଇଛି। କୋରୋନା ଭାଇରସ ଯୋଗୁଁ ଚାଇନାରେ ଉଦବେଗ ଜନକ ପରିସ୍ଥିତି ରହିଛି। ଏହି ଭାଇରସ ପ୍ରାୟ 1500ରୁ ଅଧିକ ଲୋକଙ୍କର ପ୍ରାଣ ନେଇସାରିଲାଣି।

ABOUT THE AUTHOR

...view details