କରାଚି: ପାକିସ୍ତାନ କ୍ରିକେଟ ଟିମର ଓପନର ଅହମ୍ମଦ ଶହଜାଦ ଏବେ ବଲ୍ ଟ୍ୟାମ୍ପରିଂ ମାମଲାରେ ଫସି ଯାଇଛନ୍ତି। ସେ ପାକ୍ ଘରୋଇ ଟୁର୍ଣ୍ଣାମେଣ୍ଟରେ ବଲ୍ ଟ୍ୟାମ୍ପରିଂ କରିଥିବା ପିସିବି ପକ୍ଷରୁ କୁହାଯାଇଛି।
କୌଏଦ-ଏ-ଆଜମ ଟ୍ରଫିରେ ମଧ୍ୟ ପଞ୍ଜାବ ଓ ସିନ୍ଧ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଶହଜାଦ ଟ୍ୟାମ୍ପରିଂ କରିଥିବାର ଅଭିଯୋଗ ଆସିଛି।
ପିସିବି ଟ୍ବିଟ କରି କହିଛି ଯେ, ସେଣ୍ଟ୍ରାଲ ପଞ୍ଜାବର ଅଧିନାୟକ ଅହମ୍ମଦ ଶହଜାଦଙ୍କ ମ୍ୟାଚ ସମୟରେ ବଲ୍ ଟ୍ୟାମ୍ପରିଂ କରିଥିବାର ଅଭିଯୋଗ ଆସିଛି।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheRealPCBMedia 27 ବର୍ଷୀୟ ଅହମ୍ମଦଙ୍କ ଉପରେ 10ଜୁଲାଇ2018ରେ ଡୋପିଂ ନିୟମ ଉଲ୍ଲଘଂନ କରିବା ଆରୋପ ଲାଗିଥିଲା । ଏଥିପାଇଁ ତାଙ୍କ ଉପରେ 4ମାସ ପାଇଁ ବ୍ୟାନ ଜାରି ହୋଇଥିଲା।