ଓଡିଶା

odisha

ETV Bharat / sports

ପାକିସ୍ତାନରେ ଏସିଆ କପ୍ ଖେଳିବନି ଭାରତ - ପାକିସ୍ତାନରେ ଭାରତୀୟ ଟିମ ଖେଳିବ ନାହିଁ

ପାକିସ୍ତାନକୁ ଲାଗିପାରେ ବଡ ଧରଣର ଝଟକା, କାରଣ ଭାରତ ମ୍ୟାଚ ଖେଳିବାକୁ ଯିବନି ପାକିସ୍ତାନ । ଯାହା ଫଳରେ ଏସିଆ କପ 2020 ଆୟୋଜନ କରିବାରୁ ବଞ୍ଚିତ ହୋଇପାରେ ପାକିସ୍ତାନ। ଅଧିକ ପଢନ୍ତୁ...

ଏସିଆ କପ ଆୟୋଜନ
Asia Cup 2020

By

Published : Jan 17, 2020, 11:34 AM IST

Updated : Jan 17, 2020, 12:38 PM IST

ନୂଆଦିଲ୍ଲୀ: ପାକିସ୍ତାନକୁ ଲାଗିପାରେ ବଡ ଧରଣର ଝଟକା। ଏସିଆ କପ 2020 ଆୟୋଜନ କରିବାର ସୁଯୋଗ ପାକିସ୍ତାନକୁ ମିଳିଥିଲା। ମାତ୍ର ସେଠାରେ ଭାରତୀୟ ଟିମ କୌଣସି ମ୍ୟାଚ ଖେଳିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ଯାହା ଫଳରେ ଏସୀୟ ଦେଶଙ୍କ ମଧ୍ୟରେ ଖେଳାଯାଉଥିବା ଏହି ସମ୍ମାନଜନକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି20 ବିଶ୍ବକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ମାତ୍ର ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ, ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରୁ ବଞ୍ଚିତ ହୋଇପାରେ।

ବିସିସିଆଇ ବିଶ୍ବ କ୍ରିକେଟର ସବୁଠୁ ଧନୀ ତଥା ପ୍ରଭାବଶାଳୀ କ୍ରିକେଟ ବୋର୍ଡ । ଏଥିସହିତ ଏସୀୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ବିସିସିଆଇର ବେଶ ପ୍ରଭାବ ରହିଛି। ଏପିରିକି ନିଜେ ବିସିସିଆଇ ପାକିସ୍ତାନରେ ଖେଳିବ ନାହିଁ ବୋଲି ସ୍ପଷ୍ଟ କରିଛି। ଯାହା ଫଳରେ ଏହି ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ପରିବର୍ତ୍ତନ ହେବ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ସିଇଓ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି।

2007 ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ବନ୍ଦ ରହିଛି। 2012ରେ 2 ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ 2ଟି ଟି20 ମ୍ୟାଚ ଖେଳାଯାଇଥିଲା। ଏହାବ୍ୟତୀତ ଉଭୟ ଟିମ ଏସିଆ କପ ଓ ବିଶ୍ବକପ ମ୍ୟାଚରେ ହିଁ ସାମ୍ନାସାମ୍ନି ହୋଇଛନ୍ତି।

Last Updated : Jan 17, 2020, 12:38 PM IST

ABOUT THE AUTHOR

...view details