ଓଡିଶା

odisha

By

Published : Jun 12, 2020, 3:13 PM IST

ETV Bharat / sports

ଇଂଲଣ୍ଡ ଗସ୍ତ ପାଇଁ 29 ଜଣିଆ ପାକିସ୍ତାନ ଦଳ ଘୋଷିତ

ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ 29 ଜଣିଆ ଦଳ ଘୋଷଣା କରିଛି । ଘୋଷିତ ଦଳରେ କାଶିଫ ଭାତୀ ଓ ହାଇଦର ଅଲ୍ଲୀଙ୍କ ଭାବରେ ଦୁଇ ନୂଆ ମୁଁହ ସାମିଲ ହୋଇଛନ୍ତି ।

Pakistan Names Uncapped Haider Ali, Kasif Bhatti in 29-player squad for England
ଇଂଲଣ୍ଡ ଗସ୍ତ ପାଇଁ 29 ଜଣିଆ ପାକିସ୍ତାନ ଦଳ ଘୋଷଣା

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ 29 ଜଣିଆ ଦଳ ଘୋଷଣା କରିଛି । ତେବେ ଘୋଷିତ ଦଳରେ ଦୁଇ ନୂଆ ମୁଁହ ସାମିଲ ହୋଇଛନ୍ତି । ଏହି ଦୁଇ କ୍ରିକେଟର ହେଉଛନ୍ତି ହାଇଦର ଅଲ୍ଲୀ ଓ କାଶିଫ ଭାତୀ ।

19 ବର୍ଷରୁ କମ ପାକିସ୍ତାନ ଟିମରେ ଅଲ୍ଲୀ ପାକିସ୍ତାନ ପକ୍ଷରୁ ଖେଳିସାରିଛନ୍ତି । 2019-20 ସିଜିନରେ ଅଲ୍ଲୀଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ଫଳରେ 2020-21 ପାକିସ୍ତାନ କେନ୍ଦ୍ରୀୟ ଚୁକ୍ତିରେ ମଧ୍ୟ ତାଙ୍କୁ ତାଙ୍କ ମିଳିଥିଲା । ଦକ୍ଷିଣ ଆଫ୍ରିକା 19 ବର୍ଷରୁ କମ କ୍ରିକେଟ ଟିମ ବିପକ୍ଷରେ 317 ରନ ସହ ପାକିସ୍ତାନ ପକ୍ଷରୁ2ୟ ସଫଳତମ ବ୍ୟାଟ୍ସମ୍ୟାନ ରହିଛନ୍ତି ଅଲ୍ଲୀ । ବାଂଲାଦେଶରେ ଖେଳାଯାଇଥିବା ACC ଏମର୍ଜିଂ ଟିମ କପରେ 218 ରନ ସହ 5ମ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଥିଲେ । କ୍ବାଇଦ-ଏ-ଏଜାମ ଟ୍ରଫି ଫାଇନାଲରେ ଶତକ ସହ, 645 ରନ ସଂଗ୍ରହ କରିଥିଲେ । ଏଥିସହିତ ଆଇସିସି 19 ବର୍ଷରୁ କମ କ୍ରିକେଟ ବିଶ୍ବକପ 2020ରେ 107 ରନ ସହ ପାକିସ୍ତାନ 3ୟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରହିଥିଲେ । ପାକିସ୍ତାନ ସୁପର ଲିଗ ଟୁର୍ଣ୍ଣାମେଣ୍ଟରେ ପେସୱାର ଜଲମି ପକ୍ଷରୁ ଖେଳି, 158 ରୁ ଅଧିକ ଷ୍ଟ୍ରାଇକରେଟ ସହ 9ଟି ମ୍ୟାଚରୁ 239 ସଂଗ୍ରହ କରିଛନ୍ତି ।

ତେବେ କାଶିଫ ଭାତୀ ପୂର୍ବରୁ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଟିମରେ ସ୍ଥାନ ପାଇଥିଲେ ମଧ୍ୟ, ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା । ତେବେ ପାକିସ୍ତାନ ଟିମକୁ ସୋହେଲ ଖାନ ଫେରିଛନ୍ତି । ମେଲବୋର୍ଣ୍ଣରେ 2016 ବକ୍ସିଂ ଡେ ଟେଷ୍ଟରେ ଶେଷ ଟେଷ୍ଟ ଖେଳିଥିଲେ ସୋହେଲ ।

ଇଂଲଣ୍ଡ ବିପକ୍ଷ 3ଟି ଟେଷ୍ଟ ଓ 3ଟି ଟି-20 ମ୍ୟାଚ ପାଇଁ ମିଳିତ ପାକିସ୍ତାନ ଟିମ: ଆବିଦ ଅଲ୍ଲୀ, ଫକର ଜମନ, ଇମାମ-ଉଲ-ହକ, ସାନ ମାସୁଦ, ଆଝାର ଅଲ୍ଲୀ(ଟେଷ୍ଟ କ୍ୟାପଟେନ), ଆଶାଦ ସାଫିକ, ଫୱାଦ ଆଲାମ, ହାଇଦର ଅଲ୍ଲୀ, ଲିଫତକର ଅହମ୍ମଦ, ଖୁସଦିଲ ସାହ, ମହମ୍ମଦ ହାଫିଜ, ସୋଏବ ମଲ୍ଲୀକ, ମହମ୍ମଦ ରିଜୱାନ, ସର୍ଫରାଜ ଅହମ୍ମଦ, ଫହୀମ ଆସରଫ, ହାରିସ ରଉଫ, ଇମ୍ରାନ ଖାନ, ମହମ୍ମଦ ଆବାସ, ମହମ୍ମଦ ହସନେନ, ନସୀମ ସାହ, ସାହୀନ ସାହ ଆଫ୍ରୀଦି, ସୋହେଲ ଖାନ, ଉସମାନ ସିନୱାରୀ ଓ ୱାହାବ ରିଆଜ, ଇମାଦ ୱାସିମ, କାଶିଫ୍ ଭାତୀ, ସଦାବ ଖାନ, ୟାସିର ସାହ ।

ଏହି ଟିମ ଇଂଲଣ୍ଡରେ ସଫଳ ହେବ ବୋଲି ଆଶାବାଦୀ ଅଛନ୍ତି, ପାକିସ୍ତାନୁ ମୁଖ୍ୟ ଚୟନକର୍ତ୍ତା ତଥା ମୁଖ୍ୟ କୋଚ ମିଶବାହ-ଉଲ-ହକ ।

ABOUT THE AUTHOR

...view details