ଲାହୋର: ମହାମାରୀ କୋରୋନା ଭାଇରସ ପରବର୍ତ୍ତୀ କ୍ରିକେଟରେ ଯୋଡି ହେବାକୁ ଯାଉଛି ଆଉ ଏକ ସିରିଜ । ୱେଷ୍ଟଇଣ୍ଡିଜ ପରେ ପାକିସ୍ତାନ ଟିମ ଜୁନ 28ରେ ଇଂଲଣ୍ଡ ଗସ୍ତରେ ଯିବାନେଇ ସୂଚନା ମିଳିଛି । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି ।
ଏହି ଗସ୍ତରେ ପାକିସ୍ତାନ, ଇଂଲଣ୍ଡ ବିପକ୍ଷରେ 3ଟି ଟେଷ୍ଟ ଓ 3ଟି ଟି-20 ମ୍ୟାଚ ଖେଳିବାର ସୂଚୀ ରହିଛି । ତେବେ ଇଂଲଣ୍ଡ ପହଞ୍ଚିବା ପରେ, ଡର୍ବିସାୟରରେ ସମସ୍ତ ଖେଳାଳି 14ଦିନ କ୍ବାରେଣ୍ଟିନରେ ରହିବେ । ତେବେ ଏହି ସମୟରେ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଅନୁମତି ରହିଛି ।