କରାଚି: ଭାରତ ପରେ ଏବେ ପାକିସ୍ତାନକୁ କୋରୋନା ଚିନ୍ତା । ଭାରତରେ କ୍ରିକେଟ ସମତେ ସମସ୍ତ କ୍ରୀଡା ଇଭେଣ୍ଟ ସ୍ଥଗିତ ରହିବା ପରେ ପାକିସ୍ତାନ ମଧ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ସିରିଜକୁ ବାତିଲ କରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ।
କୋରୋନା ଭୟ: ପାକିସ୍ତାନ-ବାଂଲାଦେଶ ଟେଷ୍ଟ ଓ ଏକମାତ୍ର ଦିନିକିଆ ସ୍ଥଗିତ - Pakistan vs Bangladesh
ଭାରତରେ କ୍ରିକେଟ ସମତେ ସମସ୍ତ କ୍ରୀଡା ଇଭେଣ୍ଟ ସ୍ଥଗିତ ରହିବା ପରେ ପାକିସ୍ତାନ ମଧ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ସିରିଜକୁ ବାତିଲ କରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ।
ତେବେ ଆସନ୍ତା ମାର୍ଚ୍ଚ 29ରେ ବାଂଲାଦେଶ ଦଳ ପାକିସ୍ତାନ ଗସ୍ତ କରିବାର ଯୋଜନା ରହିଥିଲା । ଏପ୍ରିଲ 1ରେ ଦୁଇ ଦେଶ ମଧ୍ୟରେ ଏକମାତ୍ର ଦିନିକିଆ ଏବଂ ଏପ୍ରିଲ 5ରୁ 9 ତାରିଖ ପର୍ଯ୍ୟନ୍ତ 2ୟ ଟେଷ୍ଟ ମ୍ୟାଚ ଖେଳିବାର ଯୋଜନ ରହିଥିଲା । ଯାହା ଏବେ ବାତିଲ ହୋଇଛି ।
ପିସିବି ସୋମବାର ଏକ ବିବୃତ୍ତିରେ କହିଛି ଯେ, ପାକିସ୍ତାନ ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ ଆସନ୍ତା ଦିନିକିଆ ଅନ୍ତର୍ଜାତୀୟ ତଥା କରାଚିରେ ହେବାକୁ ଥିବା ଟେଷ୍ଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସିରିଜର ପ୍ରଥମ ଟେଷ୍ଟ ଫେବୃଆରୀ 7-10ରୁ ରାୱଲପିଣ୍ଡି ଠାରେ ଖେଳାଯାଇଥିଲା । ଯାହା ପାକିସ୍ତାନ ଏକ ଇନିଂସ ଏବଂ 44 ରନରେ ଜିତିଥିଲା ।