ଓଡିଶା

odisha

ଇଂଲଣ୍ଡ ସିରିଜରେ ବୁମରାଙ୍କୁ ବିଶ୍ରାମ ମିଳୁ: ଗମ୍ଭୀର

By

Published : Jan 14, 2021, 8:36 PM IST

ଇଣ୍ଡିଆନ ପ୍ରିମିୟର ଲିଗ ଠାରୁ ଲଗାତାର 5 ମାସ ଧରି ଖେଳୁଥିବା ଦ୍ରୁତ ବୋଲର ବୁମରା ଆହତ କାରଣରୁ ବ୍ରିସବେନରେ ନିର୍ଣ୍ଣାଟକ ଟେଷ୍ଟ ଖେଳିବାନେଇ ଶଙ୍କା ରହିଛି । ଅଧିକ ପଢନ୍ତୁ...

'Overworked' Jasprit Bumrah Should Rested During England Series, Says Gautam Gambhir
ଇଂଲଣ୍ଡ ସିରିଜରେ ବୁମରାଙ୍କୁ ମିଳୁ ବିଶ୍ରାମ: ଗମ୍ଭୀର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଠାରୁ ଲଗାତାର 5 ମାସ ଧରି ଖେଳୁଥିବା ଦ୍ରୁତ ବୋଲର ବୁମରା ଆହତ କାରଣରୁ ବ୍ରିସବେନରେ ନିର୍ଣ୍ଣାଟକ ଟେଷ୍ଟ ଖେଳିବା ନେଇ ଶଙ୍କା ରହିଛି ।

ଇଂଲଣ୍ଡ ସିରିଜରେ ବୁମରାଙ୍କୁ ମିଳୁ ବିଶ୍ରାମ: ଗମ୍ଭୀର

ତାଙ୍କ ପେଟରେ ମାସଂପେଶୀ ଟାଣି ହୋଇଥିବା ଜଣାପଡିଛି । ଅଷ୍ଟ୍ରେଲିଆ ସିରିଜ ପରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିବ । ତେବେ ଏହି ସିରିଜରୁ ବୁମରାଙ୍କୁ ବିଶ୍ରାମ ମିଳିବା ଉଚିତ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ।

ଫେବୃଆରୀ 5ରୁ ଇଂଲଣ୍ଡ ବିପକ୍ଷରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଇଶାନ୍ତ ଶର୍ମା ଫିଟ ନାହାନ୍ତି, ଉମେଶ ଯାଦବ ଓ ମହମ୍ମଦ ସାମି ମଧ୍ୟ ଫିଟ୍ ହେବେ ନାହିଁ । ଫଳରେ ବୁମରାଙ୍କୁ ଖେଳିବା ନେଇ ଚାପ ରହିବ । ମାତ୍ର ତେବେ ଏବି ଘରୋଇ ସିରିଜରୁ ବୁମରାଙ୍କୁ ବିଶ୍ରାମ ମିଳିବା ଉଚିତ ବୋଲି କହିଛନ୍ତି ଗମ୍ଭୀର ।

କାରଣ ବୁମରା ଲମ୍ବା ସମୟ ଧରି ଭାରତୀୟ ବୋଲିଂ ବିଭାଗ ସମ୍ଭାଳିବେ । ବିଶ୍ବାସ ରହିଛି ଯେ, ଭାରତୀୟ ଟିମ ମ୍ୟାନେଜମେଣ୍ଟ ବୁମରାଙ୍କୁ ଉଚିତ ଭାବେ ବ୍ୟବହାର କରିବେ ଓ ଅଧିକ ଘାତକ ସାବ୍ୟସ୍ତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details