ଓଡିଶା

odisha

ETV Bharat / sports

ସ୍ବଦେଶ ଫେରିଲେ ସିଡନୀ ହିରୋ ହନୁମା

ଭାରତୀୟ ବ୍ୟାଟ୍ସମ୍ୟାନ ତଥା ତୃତୀୟ ଟେଷ୍ଟର ହିରୋ ହନୁମା ବିହାରୀ ସ୍ବଦେଶ ଫେରିଛନ୍ତି । ଅଧିକ ପଢନ୍ତୁ...

Out with a Grade 2 tear, Hanuma Vihari leaves for India
ଭାରତ ଫେରିଲେ ଆହତ ହନୁମା ବିହାରୀ

By

Published : Jan 15, 2021, 7:44 PM IST

Updated : Jan 15, 2021, 10:35 PM IST

ସିଡନୀ:ଭାରତୀୟ ବ୍ୟାଟ୍ସମ୍ୟାନ ତଥା ତୃତୀୟ ଟେଷ୍ଟର ହିରୋ ହନୁମା ବିହାରୀ ସ୍ବଦେଶ ଫେରିଛନ୍ତି । ମାଂସପେଶୀ ଜନିତ ଗ୍ରେଡ 2 ଆହତ ହୋଇ ବ୍ରିସବେନରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ବାଦ ପଡିଥିଲେ । ଏହାପରେ ଶୁକ୍ରବାର ଅଷ୍ଟ୍ରେଲିଆ ମାଟି ଛାଡିଛନ୍ତି ବିହାରୀ ।

ମାଂସପେଶୀ ଜନିତ ଯନ୍ତ୍ରଣା ସତ୍ତ୍ବେ, ଶକ୍ତିଶାଳୀ ଅଷ୍ଟ୍ରେଲିଆର ବୋଲିଂ ବିଭାଗକୁ ନିସ୍ପ୍ରଭ କରିବା ସହ 161 ବଲର ସାମ୍ନା କରିଥିଲେ । ଏଥିସହ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ମିଶି ପ୍ରାୟ ଅଢେଇ ଘଣ୍ଟା ସିଡନୀ ଟେଷ୍ଟର ଶେଷ ଦିନରେ ବ୍ୟାଟିଂ କରି ଭାରତର ପରାଜୟକୁ ଡ୍ର ରେ ବଦଳାଇଥିଲେ ।

ବିହାରୀ ଅଷ୍ଟ୍ରେଲିଆ ଛାଡିବା ପୂର୍ବରୁ ଟ୍ବିଟ ଯୋଗେଁ ଏକ ଫଟୋ ପୋଷ୍ଟ କରିବା ସହ, ‘ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ’ ବୋଲି ଲେଖିଛନ୍ତି ।

ବିହାରୀଙ୍କ ସ୍କାନ ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତଙ୍କୁ ଆଚମ୍ବିତ କରିଛି । ଗ୍ରେଡ 2 ର ମାଂସପେଶୀ ଯନ୍ତ୍ରଣା ସତ୍ତ୍ବେ ସେ ବ୍ୟାଟିଂ ଜାରି ରଖିଥିଲେ । ସୁସ୍ଥ ହେବାପାଇଁ ତାହ୍କୁ 3ରୁ 6 ସପ୍ତାହ ସମୟ ଲାଗିବ । ଫଳରେ ଟିମ ଇଣ୍ଡିଆର ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ବାଦ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2021, 10:35 PM IST

ABOUT THE AUTHOR

...view details