ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଓପନର ରୋହିତ ଶର୍ମା, ଲୋକେଶ ରାହୁଲ ଓ ଶିଖର ଧଓ୍ବନ ଭଲ ଫର୍ମରେ ଅଛନ୍ତି। ଓପନର ଚୟନ ପାଇଁ ଟିମ ପ୍ରବନ୍ଧନଙ୍କୁ ଚିନ୍ତା କରିବାକୁ ପଡିଛୁ। ଏହି ସମସ୍ୟାକୁ ନେଇ ବ୍ୟାଟ୍ସମ୍ୟାନ କୋଚ ବିକ୍ରମ ରାଠୋର ନିଜର ମତ ରଖିଛନ୍ତି।
'ଟପ ଅର୍ଡରରେ ବିକଳ୍ପ ଥିଲେ ଟିମ ପାଇଁ ଭଲ କଥା' - cricket latest news
ବ୍ୟାଟ୍ସମ୍ୟାନ କୋଚ ବିକ୍ରମ ରାଠୋର କହିଛନ୍ତି ଯେ, ରୋହିତ,ଲୋକେଶ ରାହୁଲ ଓ ଧଓ୍ବନ ଭଲ ଫର୍ମରେ ଅଛନ୍ତି।
ଏନେଇ ସେ କହିଛନ୍ତି ଯେ, ଏପରି ସମସ୍ୟା ଆମ ପାଇଁ ଭଲ। ରୋହିତ ଓପନର ଭାବେ ମଜବୁତ ବିକଳ୍ପ । ଶିଖର ଓ ରାହୁଲ ବି ଭଲ ଫର୍ମରେ ଅଛନ୍ତି । ଶିଖର ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି ଓ ରାହୁଲ ସାନଦାର ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଏବେ 2 ଦିନ ରହିଛି। ଟିମ ପ୍ରବନ୍ଧନ ଏହାକୁ ନେଇ ନିଷ୍ପତ୍ତି ନେବେ।
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ 14 ଜାନୁଆରୀରୁ ଆରମ୍ଭ ହେବ । 2ୟ ମ୍ୟାଚ 17ଜାନୁଆରୀରେ ଓ 3ୟ ମ୍ୟାଚ 19 ଜାନୁଆରୀରେ ଖେଳାଯିବ। ଚଳିତବର୍ଷ ଟି-20 ବିଶ୍ବକପ ଖେଳାଯିବ। ଏହା ପୂର୍ବରୁ ଦିନିକିଆ ସିରିଜକୁ ନେଇ ରାଠୋର କହିଛନ୍ତି ଯେ, ଏହା ଅଲଗା ଫର୍ମାଟ ଓ କ୍ରିକେଟ ଏକ ଆତ୍ମବିଶ୍ବାସର ଖେଳ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ଦ୍ବାରା ମନୋବଳ ବଢିଥାଏ। ବିଶ୍ବର ଶ୍ରେଷ୍ଠ ଟିମ ବିପକ୍ଷରେ ଖେଳିଲେ ଭଲ ପ୍ରଦର୍ଶନର ଆଶା ରଖିଥାଉ।