ବ୍ରିସବେନ:ଗାବାରେ ଇତିହାସ ରଚିବା ପରେ, ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଙ୍ଗଳବାର କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ 4ର୍ଥ ଟେଷ୍ଟ ବିଜୟ ଜୀବନର ଅନ୍ୟତମ ଶ୍ରେଷ୍ଠ ମୂହୂର୍ତ୍ତ ।
ପନ୍ତ ମ୍ୟାଚ ବିଜୟୀ 89 ରନର ଅପରାଜିତ ଇଂନିସ ଖେଳିବା ସହ ଅଷ୍ଟ୍ରେଲିଆର ଅପରାଜେୟ ରେକର୍ଡକୁ ଭଙ୍ଗ କରିଥିଲେ । ଭାରତୀୟ ଟିମ ଅଷ୍ଟ୍ରେଲିଆକୁ 3 ୱିକେଟରେ ହରାଇବା ସହ 2-1ରେ ସିରିଜ ବିଜେତା ହୋଇଥିଲା ।
ଟେଷ୍ଟ କ୍ୟାରିୟରରେ 1000 ରନ ମଧ୍ୟ ପୂରଣ କରିଛନ୍ତି ପନ୍ତ । ସମସ୍ତ କଠିନ ପରିସ୍ଥିତି ସତ୍ତ୍ବେ ଟିମ ସର୍ବଦା ତାଙ୍କୁ ସମର୍ଥନ କରିଛି କହିଛନ୍ତି ପନ୍ତ । ୱିକେଟ କିପର ବୟାଟ୍ସମ୍ୟାନ ପନ୍ତଙ୍କ ପାଇଁ ଏହା 'ସ୍ବପ୍ନର ସିରିଜ' ହୋଇଛି ।
ମ୍ୟାଚ ବିଜୟୀ ଇଂନିସ ଖେଳିବା ପରେ ପନ୍ତ କହିଛନ୍ତି, " ବର୍ତ୍ତମାନ ଏହା ମୋ ଜୀବନର ସବୁଠୁ ବଡ ମୂହୂର୍ତ୍ତ । ଯେବେ ଖେଳିବାକୁ ସୁଯୋଗ ମିଳିନଥିଲା, ସେବେ ସମର୍ଥନ ଜାରି ରହିଥିବା ସପୋର୍ଟ ଷ୍ଟାଫ ଓ ସାଥୀ ଖେଳାଳିଙ୍କୁ ଧନ୍ୟବାଦ । ଏହା ସ୍ବପ୍ନର ସିରିଜ । ଟିମ ମ୍ୟାନେଜମେଣ୍ଟ ସର୍ବଦା ମ୍ୟାଚ ବିଜେତା କହିଆସୁଥିଲା । ଟିମ ପାଇଁ ତମେ ମ୍ୟାଚ ବିଜେତା ହେବ । ପ୍ରତ୍ୟେକ ଦିନ ଭାବେ ଭାରତ ପାଇଁ ମ୍ୟାଚ ବିଜେତା ସାଜିବି । ଏହା ଆଜି କରିପାରିଲି। ସେଥିପାଇଁ ବହୁତ ଖୁସି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ