ଓଡିଶା

odisha

ETV Bharat / sports

ଧୋନିଙ୍କ କିଛି କଥା: ଯାହା ତାଙ୍କୁ ମହାନ କ୍ରିକେଟର ଭାବେ ପରିଗଣିତ କରେ - ମହାନ କ୍ରିକେଟର

ନିଷ୍ପତ୍ତି ନେବାରେ ମାହାରି ମାହିଙ୍କ କିଛି ନିଷ୍ପତ୍ତି ପରେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଏମିତି ରଖିଥିଲେ ଧୋନି, ଯାହା ତାଙ୍କୁ ଜଣେ କିମ୍ବଦନ୍ତୀ ଭାବେ ପରିଗଣିତ କରିଥିଲା । ତେବେ ଆସନ୍ତୁ ନଜର ପକାଇବା ସେହି ସବୁ ନିଷ୍ପତ୍ତି ଓ ମାହିଙ୍କ ଉତ୍ତର ଉପରେ.....

ଧୋନିଙ୍କ କିଛି କଥା: ଯାହା ତାଙ୍କୁ ମହାନ କ୍ରିକେଟର ଭାବେ ପରିଗଣିତ କରେ
ଧୋନିଙ୍କ କିଛି କଥା: ଯାହା ତାଙ୍କୁ ମହାନ କ୍ରିକେଟର ଭାବେ ପରିଗଣିତ କରେ

By

Published : Aug 17, 2020, 8:41 PM IST

ନୂଆଦିଲ୍ଲୀ:କମ କଥା ଅଧିକ କାମରେ ବିଶ୍ବାସ ରଖୁଥିବା ମହାନ ଭାରତୀୟ କ୍ରିକେଟର ଥିଲେ ମହେନ୍ଦ୍ର ସିଂ ଧୋନି । ଧୋନି କଥା କୁହାଳିଆଙ୍କ ମଧ୍ୟରେ ନୁହନ୍ତି ମାତ୍ରା, ତାଙ୍କ କୁଲନେସ ଅନ୍ଦାଜ ଓ ଉପସ୍ଥିତ ବୁଦ୍ଧି ବଳରେ ସେ ପ୍ରତି ପରିସ୍ଥିତି ସହିତ ଖାପ ଖୁଆଇ ପାରନ୍ତି । ଆଉ ନିଷ୍ପତ୍ତି ନେବାରେ ମାହାରି ମାହିଙ୍କ କିଛି ଡିସିସନ୍ ପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଏମିତି ରଖିଥିଲେ, ଯାହା ତାଙ୍କୁ ଜଣେ କିମ୍ବଦନ୍ତୀ ଭାବେ ପରିଗଣିତ କରିଥିଲା । ତେବେ ଆସନ୍ତୁ ନଜର ପକାଇବା ସେହି ସବୁ ନିଷ୍ପତ୍ତି ଓ ମାହିଙ୍କ ଉତ୍ତର ଉପରେ.....

  • 2007 ଟି -20 ବିଶ୍ବକପ-

ଧୋନିଙ୍କ କିଛି ଐତିହାସିକ ନିଷ୍ପତ୍ତି ମଧ୍ୟରେ 2007 ଟି -20 ବିଶ୍ବକପର ଫାଇନାଲ ମ୍ୟାଚରେ ଯୋଗୀନ୍ଦର ଶର୍ମାଙ୍କୁ ଶେଷ ଓଭର ବୋଲିଂ ଦେବା ଅନ୍ୟତମ । ତେବେ ମ୍ୟାଚ ପରେ ଯେବେ ଏନେଇ ଧୋନିଙ୍କୁ ପ୍ରଶ୍ନ ପଚରା ଯାଇଥିଲା, ଧୋନି ଉତ୍ତରରେ କହିଥିଲେ,

‘‘ ମୁଁ କେବଳ ଭାବିଥିଲି, ସେହି ବ୍ୟକ୍ତିଙ୍କୁ ହିଁ ବୋଲିଂ କରିବା ପାଇଁ ଦେବି, ଯିଏକି ଆଗକୁ ଅନ୍ତର୍ଜାତୀୟ କ୍ରିକେଟରେ ଭଲ କରିବାକୁ ଚାହୁଁଥିବ ।’’

ତେବେ ଧୋନିଙ୍କ ଏହି ଉତ୍ତର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା ।

  • 2011 ବିଶ୍ବକପ ଫାଇନାଲ-

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ଇନଫର୍ମ ଯୁବରାଜ ସିଂଙ୍କ ସ୍ଥାନରେ ବ୍ୟାଟିଂ ଆସିଥିଲେ ଧୋନି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ମାତ୍ର ପରେ 28 ବର୍ଷ ପରେ ଭାରତର ବିଶ୍ବକପ ସ୍ବପ୍ନ ପୂରଣ ହୋଇଥିଲା । ପରେ ମ୍ୟାଚ ସମୟରେ ଧୋନି ଡେସିଂ ରୁମର ସ୍ମୃତି ସେୟାର କରି କହିଥିଲେ,

‘‘କେହି ଜଣେ ମୋତେ କହିଲେ ଭବଗବାନ ସେମାନଙ୍କୁ ସାହଯ୍ୟ କରନ୍ତି ଯିଏ, ନିଜକୁ ସାହଯ୍ୟ କରେ । କିନ୍ତୁ ମୁଁ ଉତ୍ତରରେ କହିଲି ଭଗବାନ ଏଠି ଆମକୁ ସାହାଯ୍ୟ କରିବା ପାଇଁ ଆସୁ ନାହାନ୍ତି ଆଜି ।’’

  • 2014 ଅଷ୍ଟ୍ରେଲିଆ ଗସ୍ତ-

2014 ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲି ଏବଂ ଶିଖର ଧାୱନ ସାମାନ୍ୟ ଆଘାତ ହେତୁ ବ୍ୟାଟିଂ କରିବାକୁ ମନା କରୁଥିବା ଗୁଜବ ପ୍ରଚାରିତ ହୋଇଥିଲା । ତେବେ ଏହାର ଉତ୍ତର ଧୋନି ଏମିତି ରଖିଥିଲେ ।

‘‘ ବାସ୍ତବରେ ବିରାଟ ଏକ ଛୁରୀ ଦ୍ବାରା ଶିଖରଙ୍କୁ ଆଘାତ କରିଥିଲେ । ତେବେ ଯିଏ ଶୀଘ୍ର ଭଲ ହୋଇଗଲା ସେତେବେଳେ ଆମେ ତାଙ୍କୁ ବ୍ୟାଟିଂ କରିବାକୁ ପଠାଇ ଦେଇଥିଲୁ । ଏସବୁ କାହାଣୀ ମୋ ମତରେ ୱାର୍ଣ୍ଣର କିମ୍ବା ଆଉ କେହି ଏହାକୁ ଉଠାଇ ସେଥିରୁ ଏକ ସୁନ୍ଦର ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍’’ ବୋଲି ଧୋନି କହିଥିଲେ ।

  • ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ-

ସେହିପରି ତାଙ୍କ କ୍ୟାରିୟରର ସବୁଠାରୁ ବଡ ହେଉଛି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ହ୍ବାଇଟୱାସ୍ | ତାଙ୍କୁ କେଉଁଠି କମ୍ ଯନ୍ତ୍ରଣା ଦାୟକ ବୋଲି ବାଛିବାକୁ କୁହାଯାଇଥିଲା । ଧୋନି ଏହାର ଉତ୍ତରରେ ତାଙ୍କର ଅନ୍ୟତମ ପ୍ରସିଦ୍ଧ ୱାନ ଲାଇନ୍ କହିଥିଲେ ।

‘‘ ତୁମେ ମର କି ନ ମର କିନ୍ତୁ ମରିବାର କେଉଁଟି ସର୍ବୋତ୍ତମ ଉପାୟ ଆପଣ ସେଇଟାକୁ ଦେଖ ନାହିଁ ।’’

  • ଡିଆରଏସ-

ସେହିପରି ରିଭ୍ୟୁ ନେବା ପାଇଁ ମାହି ମାହିର ଥିବାରୁ ତାଙ୍କୁ ଡିଆରଏସ କିଙ୍ଗ କୁହାଯାଏ । ତେବେ ଏନେଇ ଏକ ପ୍ରଶ୍ନର ଉତ୍ତର ଧୋନି ଏମିତି ରଖିଥିଲେ ।

‘‘ ଯଦି ମୁଁ ଏକ ଲାଇଫ୍ ଜ୍ୟାକେଟ୍ କିଣିବାକୁ ଯାଉଛି, ଯାହା ୱାରେଣ୍ଟି ସହିତ ଆସୁ ନାହିଁ । ତେବେ ମୁଁ ଏହାକୁ ପସନ୍ଦ କରିବା ନାହିଁ । କାରଣ ବିଶେଷକରି ଏଥିରେ ବିପୁଳ ପରିମାଣର ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ । ମୁଁ ପସନ୍ଦ କରିବି ଏହା ପାଇଁ ଏକ ପ୍ରକାର ୱାରେଣ୍ଟି ନିହାତି ଆବଶ୍ୟକ ।’’

ABOUT THE AUTHOR

...view details