ୱେଲିଂଟନ: କୋରୋନା ଭାଇରସ କବଳରୁ ମୁକ୍ତ ହେଲା ନ୍ୟୁଜିଲାଣ୍ଡ । ଶେଷ କୋରୋନା ପଜିଟିଭ ସୁସ୍ଥ ହେବାପରେ କୋରୋନା ମୁକ୍ତ ହୋଇଛି ନ୍ୟୁଜିଲାଣ୍ଡ । ଏହାପରେ କ୍ରିକେଟର ଜେମ୍ସ ନିସାମ ଦେଶବାସୀଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ସୁଦ୍ଧା ନ୍ୟୁଜିଲାଣ୍ଡରେ କୌଣସି ଆକ୍ଟିଭ କୋଭିଡ-19 କେସ ନାହିଁ ।
କୋରୋନା କବଳରୁ ନ୍ୟୁଜିଲାଣ୍ଡ ମୁକ୍ତ, ଦେଶବାସୀଙ୍କୁ ନିସାମଙ୍କ ଶୁଭେଚ୍ଛା ସମଗ୍ର ଦେଶବାସୀ ଯୋଜନାବଦ୍ଧ ଭାବେ ଦୃଢତାର ସହ ଏକତ୍ର ଲଢି ବିଜୟୀ ହୋଇଛନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି ନିସାମ ।
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ ଆଜି(ସୋମବାର) ମଧ୍ୟରାତ୍ରରୁ ନ୍ୟୁଜିଲାଣ୍ଡରେ ଜୀବନ ପୂର୍ବପରି ସ୍ବାଭାବିକ ହେବବୋଲି ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଲେଭଲ-1 ଘୋଷଣା କରିଛନ୍ତି । ଅର୍ଥାତ କ୍ରୀଡା ସମେତ ସମସ୍ତ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ପୂର୍ବପରି ଅନୁଷ୍ଠିତ ହୋଇପାରିବ । ଏଥିପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ