ନୂଆଦିଲ୍ଲୀ: କୋରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ବରେ କ୍ରୀଡା ଉପରେ ପ୍ରଭାବ ଜାରି ରଖିଛି । ଫଳରେ ଛୋଟରୁ ବଡ ସମସ୍ତ ଟୁର୍ଣ୍ଣାମେଣ୍ଟ ଏବେ ବାତିଲ ହୋଇଛି । ଗୋଟେ ଅର୍ଥରେ କହିବାକୁ ଗଲେ କ୍ରୀଡା ଜଗତ ଏବେ ଯେମିତ ସ୍ତବ୍ଧ ପଡିଯାଇଛି । ତେବେ କ୍ରୀଡା ଦୁନିଆ ସହିତ ଆପଣଙ୍କୁ ଯୋଡି ରଖିବା ପାଇଁ ଇତିହାସର ସେହି ପୃଷ୍ଟାକୁ ପୁଣିଥରେ ଉଦଜୀବିତ କରିବାକୁ ଆମର ଏହି ପ୍ରୟାସ ।
ସେଦିନ ଥିଲା, ମାର୍ଚ୍ଚ 27, 2016 । ଟି -20 ବିଶ୍ବକପର ସେମିଫାଇନାଲରେ ଭାରତକୁ ପହଞ୍ଚାଇବା ପାଇଁ ବିରାଟ କୋହଲି ଖେଳିଥିଲେ ଟି-20ର ଉଲ୍ଲେଖନୀୟ ପାଳି । ମୋହଲିରେ ଅନୁଷ୍ଠିତ ନକ୍ ଆଉଟ୍ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର 51 ବଲରୁ କୋହଲି 82 ରନର ପାଳି ଖେଳିଥିଲେ ବିରାଟ । 161ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ପାଇଁ ଚତୁର୍ଥ ଓଭରରେ ବ୍ୟାଟିଂ ଆସିଥିଲେ କୋହଲି । କାରଣ 6 ଓଭରରେ ଭାରତୀୟ ସ୍କୋରଥିଲା 37/2 । ଶିଖର ଧାୱନ (13) ଙ୍କୁ ସେନ ୱାଟସନ ପାଭିଲିଅନ ପଠାଯାଇଥିବା ବେଳେ ରୋହିତ ଶର୍ମା (12) ରନ କରି ଆଉଟ ହୋଇଥିଲେ ।