ଓଡିଶା

odisha

ETV Bharat / sports

ଆଜିର ଦିନରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର କରିଥିଲେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ - ମହାନ କ୍ରିକେଟର ସଚିନ ତେନ୍ଦୁଲକର

ମହାନ କ୍ରିକେଟର ସଚିନ ତେନ୍ଦୁଲକର ଆଜିର ଦିନରେ ଅର୍ଥାତ୍‌ 15 ନଭେମ୍ବର 1989ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ । 16 ବର୍ଷ ବୟସରେ କରାଚି ସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚରୁ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ । ଅଧିକ ପଢନ୍ତୁ:

ଆଜିର ଦିନରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର କରିଥିଲେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ
ଆଜିର ଦିନରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର କରିଥିଲେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ

By

Published : Nov 15, 2020, 2:48 PM IST

ନୂଆଦିଲ୍ଲୀ: ମହାନ କ୍ରିକେଟର ସଚିନ ତେନ୍ଦୁଲକର ଆଜିର ଦିନରେ ଅର୍ଥାତ୍‌ 15 ନଭେମ୍ବର 1989ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ତାଙ୍କର ବ୍ୟାଟିଂ ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । 16ବର୍ଷ ବୟସରେ କରାଚି ସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚରୁ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ ।

ସଚିନଙ୍କ ସହ ସଲିଲ ଅଙ୍କୋଲ ବି ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଉକ୍ତ ଦିନରେ ଖେଳିଥିଲେ । ତେବେ ସଚିନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚକୁ ନେଇ ଆଜି ବିସିସିଆଇ ଟ୍ବିଟ କରିଛି । ବିସିସିଆଇ ଉଲ୍ଲେଖ କରିଛି ଯେ, ଆଜିର ଦିନ -1989ରେ ସଚିନ ତେନ୍ଦୁଲକର ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ । 2013ରେ ଏହି ମହାନ ଖେଳାଳି ଶେଷଥର ପାଇଁ ଭାରତ ପାଇଁ ଖେଳିଥିଲେ । ସାରା ବିଶ୍ବର ଲକ୍ଷଲକ୍ଷ ଲୋକଙ୍କୁ ପ୍ରେରିତ କରିଥିବାରୁ ଧନ୍ୟବାଦ । ସୂଚନାଥାଉକି ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ମାତ୍ର 15 ରନ କରିଥିଲେ ସଚିନ ।

ସଚିନ ତେନ୍ଦୁଲକର 200ଟେଷ୍ଟ ଓ 463 ଦିନିକିଆ ମ୍ୟାଚ ଖେଳିଥିଲେ । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ 100ଟି ଶତକୀୟ ପାଳି ଖେଳିଛନ୍ତି । ଦିନିକିଆରେ 18,426 ଓ ଟେଷ୍ଟରେ 15,921ରନ ସଂଗ୍ରହ କରିଛନ୍ତି ।

ABOUT THE AUTHOR

...view details