ମୁମ୍ବାଇ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ବେଶ ସ୍ମରଣୀୟ । 130 କୋଟିରୁ ଅଧିକ ଭାରତୀୟଙ୍କ 28 ବର୍ଷର ଲମ୍ବା ପ୍ରତୀକ୍ଷାର ହୋଇଥିଲା ଅନ୍ତ । ଭାରତକୁ ମିଳିଥିଲା 2ୟ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ । ଏପ୍ରିଲ 2 ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ତତ୍କାଳୀନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଛକା ମାରି ବିଜୟୀ କରାଇଥିଲେ ।
ଆଜି ହୋଇଥିଲା 28 ବର୍ଷ ଅପେକ୍ଷାର ଅନ୍ତ: 'ବିଶ୍ବବିଜୟୀ ଭାରତ' - MS Dhoni 'finishes off in style'
ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ବେଶ ସ୍ମରଣୀୟ । 130 କୋଟିରୁ ଅଧିକ ଭାରତୀୟଙ୍କ 28 ବର୍ଷର ଲମ୍ବା ପ୍ରତୀକ୍ଷାର ହୋଇଥିଲା ଅନ୍ତ । ଭାରତକୁ ମିଳିଥିଲା 2ୟ ଆଇସିସି ଦିନିକିଆ କ୍ରିକେଟ
![ଆଜି ହୋଇଥିଲା 28 ବର୍ଷ ଅପେକ୍ଷାର ଅନ୍ତ: 'ବିଶ୍ବବିଜୟୀ ଭାରତ' India win 2nd ICC World Cup in 2011](https://etvbharatimages.akamaized.net/etvbharat/prod-images/768-512-6627884-825-6627884-1585824632249.jpg)
ଖୁସିରେ ଝୁମିଉଠିଥିଲା ସାରା ୱାଙ୍ଖେଡେ ଷ୍ଟାଡିୟମ । ବିଭୋର ହୋଇଥିଲେ କୋଟି କୋଟି ଭାରତୀୟ କ୍ରିକେଟ ପ୍ରେମୀ । ଡ୍ରେସିଂ ରୁମରେ ଆରମ୍ଭ ହୋଇଥିବା ସେଲିବ୍ରେସନ ପଡିଆରେ ପହଞ୍ଚିଥିଲା । ସଚିନଙ୍କୁ କାନ୍ଧରେ ବସାଇ ପଡିଆ ଚାରିପାଖେ ବୁଲିଥିଲେ ଭାରତୀୟ ଖେଳାଳି ।
ଓପନର ଗୌତମ ଗମ୍ଭୀର ଖେଳିଥିଲେ ମ୍ୟାଚ ବିଜୟୀ 97ରନର ଇଂନିସ । କ୍ୟାପଟେନ ମହେନ୍ଦ୍ରେ ସିଂହ ଧୋନି ଅପରାଜିତ 91 ରନର ଇଂନିସ ଖେଳିଥିଲେ । ଶ୍ରୀଲଙ୍କାକୁ ହରାଇ ଦୀର୍ଘ 28 ବର୍ଷ ପରେ ବିଶ୍ବକପ ଚମ୍ପିଆନ ହୋଇଥିଲା ଭାରତ । ଶ୍ରୀଲଙ୍କା ପକ୍ଷରୁ ମାହେଲା ଜୟବର୍ଦ୍ଧନେ ଅପରାଜିତ 103 ରନର ଶତକୀୟ ଇଂନିସ ଖେଳିଥିଲେ । ଏହି ସ୍ମରଣୀୟ ବିଜୟର ଦିନ ସାଇତା ସତେଜ ସ୍ମୃତି ହୋଇ ଭାରତୀୟ କ୍ରିକେଟରେ ଅଲିଭା ହୋଇ ରହିବ ।