ହାଇଦ୍ରାବାଦ: 2019 ଜାନୁଆରୀ 7, ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । କାରଣ ଯହା କେହି କେବେ କରିନଥିଲେ, ତାହା କରି ଦେଖାଇଥିଲା ବିରାଟ ବାହିନୀ । ଏସିଆର ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା ଟିମ ଇଣ୍ଡିଆ । ଧୋନି, ଗାଙ୍ଗୁଲୀ, ଦ୍ରାଭିିଡି ପରି କିମ୍ବଦନ୍ତୀ ଭାରତୀୟ ଅଧିନାୟକଙ୍କୁ ପଛରେ ପକାଇଥିଲେ ନମ୍ବର ୱାନ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହିଲ ।
ଆଜିର ଦିନରେ କଙ୍ଗାରୁ ମାଟିରେ ଇତିହାସ ରଚିଥିଲା ବିରାଟ ବାହିନୀ - australia
ଏସିଆର ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...
ବିରାଟ ବାହିନୀ
ତେବେ ସେହି 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 2-1ରେ କବଜା କରଥିଲା ଭ୍ରମଣକାରୀ ଭାରତ । ଆଡିଲେଡର ପ୍ରଥମ ମ୍ୟାଚକୁ 31ରନ ଜିତିଥିବା ଭାରତୀୟ ଦଳ 2ୟ ମ୍ୟାଚରେ ପରାଜୟ ବରଣ କରିଥିଲା । ପରେ 3ୟ ମ୍ୟାଚକୁ ଐତିହାସିକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଜିତି ଇତିହାସ ରଚିଥିଲା । ପରେ 4ର୍ଥ ମ୍ୟାଚ ଡ୍ର ରଖି ଭାରତ ବନିଥିଲା ଏସିଆର ପ୍ରଥମ ଦଳ ଯେ, କଙ୍ଗାରୁ ମାଟିରେ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲା ।