ଓଡିଶା

odisha

ETV Bharat / sports

ଆଜିର ଦିନରେ ଦିନିକିଆରେ ସର୍ବାଧିକ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ ମହିଳା ଦଳ - ଦିନିକିଆ କ୍ରିକେଟର ସର୍ବାଧିକ ରନର ରେକର୍ଡ

ଆଜିର ଦିନରେ ଦିନିକିଆ କ୍ରିକେଟରେ ସର୍ବାଧିକ ରନର ରେକର୍ଡ କରିଥିଲା ନ୍ୟୁଜିଲାଣ୍ଡ ମହିଳା ଟିମ । ଡବଲିନ ଠାରେ ବର୍ଷ 2018 ଜୁନ 8ରେ ଆୟରଲାଣ୍ଡ ବିପକ୍ଷରେ 491/4 ରନ କରିଥିଲା ନ୍ୟୁଜିଲାଣ୍ଡ ମହିଳା ଦଳ ।

On This day in 2018: NZ women's team registered highest total  in ODI cricket
ଆଜି ଦିନରେ ଦିନିକିଆ କ୍ରିକେଟର ସର୍ବାଧିକ ରନର ରେକର୍ଡ କରିଥିଲା ନ୍ୟୁଜିଲାଣ୍ଡ

By

Published : Jun 8, 2020, 5:54 PM IST

ହାଇଦ୍ରାବାଦ: ଆଜିର ଦିନରେ ଦିନିକିଆ କ୍ରିକେଟରେ ସର୍ବାଧିକ ରନର ରେକର୍ଡ କରିଥିଲା ନ୍ୟୁଜିଲାଣ୍ଡ ମହିଳା ଟିମ । ଡବଲିନ ଠାରେ ବର୍ଷ 2018 ଜୁନ 8ରେ ଆୟରଲାଣ୍ଡ ବିପକ୍ଷରେ 491/4 ରନ କରିଥିଲା ନ୍ୟୁଜିଲାଣ୍ଡ ମହିଳା ଟିମ । ଏହି ସ୍କୋର ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଦୁଇ ଓପନର ଜେସ ୱାଟକିନ ଓ ସୁଜି ବେଟସ 19 ଓଭରରେ 172 ରନର ଦମଦାର ପାର୍ଟନରସିପ କରିଥିଲେ । ଏହାପରେ 62 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ୱାଟକିନ ଆଉଟ ହୋଇଥିଲେ । ମାତ୍ର ବେଟସ ବ୍ୟାଟିଂ ଜାରି ରଖିବା ସହ 151 ରନର ଦମଦାର ଇଂନିସ ଖେଳିଥିଲେ ।

ବେଟସଙ୍କ ସହ 2ୟ ୱିକେଟ ଯୋଡିରେ ମ୍ୟାଡି ଗ୍ରୀନ 116 ରନର ପାର୍ଟନରସିପ କରିଥିଲେ । ଗ୍ରୀନ 122 ରନର ଶତକୀୟ ଇଂନିସ ଖେଳିଥିଲେ । ଗ୍ରିନ ଆଉଟ ହେବାପରେ ଆମେରିଆ କର ମାତ୍ର 45 ବଲରୁ ବିସ୍ପୋରକ ବ୍ୟାଟିଂ ସହ 81 ରନର ଇଂନିସ ଖେଳି ନ୍ୟୁଜିଲାଣ୍ଡର ସ୍କୋର 491/4ରେ ପହଞ୍ଚାଇଥିଲେ ।

ପୁରୁଷ ଦିନିକିଆ କ୍ରିକେଟରେ ସର୍ବାଧିକ ଦଳଗତ ସ୍କୋର ରହିଛି 481 । 2018ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ 481/6 ସ୍କୋର କରିଥିଲା ।

ABOUT THE AUTHOR

...view details