ନୂଆଦିଲ୍ଲୀ: ସ୍ମୃତିରେ ସୁରେଶ ରୈନାଙ୍କ ପ୍ରଥମ ଟି-20 ଶତକ । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଫଟାଫଟ କ୍ରିକେଟରେ ଏହି ସଫଳତା ହାସଲ କରିଥିଲେ ରୈନା । 2010 ଟି-20 ବିଶ୍ବକପରେ ଆଜିର ଦିନରେ(ମେ 2) ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକୀୟ ଇଂନିସ ଖେଳିଥିଲେ ସୁରେଶ ରୈନା ।
ସ୍ମୃତିରେ ସୁରେଶ ରୈନାଙ୍କ ପ୍ରଥମ ଟି-20 ଶତକ - ଭାରତୀୟ କ୍ରିକେଟର ସୁରେଶ ରୈନା
ସ୍ମୃତିରେ ସୁରେଶ ରୈନାଙ୍କ ପ୍ରଥମ ଟି-20 ଶତକ । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଫଟାଫଟ କ୍ରିକେଟରେ ଏହି ସଫଳତା ହାସଲ କରିଥିଲେ ରୈନା ।
ସ୍ମୃତିରେ ସୁରେଶ ରୈନାଙ୍କ ପ୍ରଥମ ଟି-20 ଶତକ
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଦକ୍ଷିଣ ଆଫ୍ରିକା ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ପ୍ରଥମ ଓଭରରେ ଓପନର ମୁରଲୀ ବିଜୟଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା ଟିମ ଇଣ୍ଡିଆ । ମାତ୍ର ଏହାପରେ ଦେଖିବାକୁ ମିଳିଥିଲା ସୁରେଶ ରୈନା ଶୋ । 9ଚୌକା ଓ 5ଟି ଛକା ସହାୟତାରେ 101 ରନର ବିସ୍ପୋରକ ଇଂନିସ ଖେଳିତିଲେ ରୈନା ।
ଯୁବରାଜ ସିଂଙ୍କ ସହ ମିଶି 88 ରନର ଦମଦାର ପାର୍ଟନରସିପ କରିଥିଲେ ରୈନା । ଫଳରେ ଭାରତର ସ୍କୋର 20 ଓଭରରେ 186/5 ରେ ପହଞ୍ଚିଥିଲା । ଶେଷରେ 14 ରନରେ ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା ।