ଓଡିଶା

odisha

ETV Bharat / sports

ଆଜି ଦିନରେ 4ର୍ଥ ଦିନିକିଆ ବିଶ୍ବକପ ଜିତିଥିଲା ଅଷ୍ଟ୍ରେଲିଆ - କୁମାରା ସାଙ୍ଗାକାରା ଶ୍ରୀଲଙ୍କା

ଏପ୍ରିଲ 28 2007ରେ 4ର୍ଥ ଥର ପାଇଁ ଦିନିକିଆ ବିଶ୍ବକପ ଟାଇଟେଲ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ରିକି ପଏଣ୍ଟିଂଙ୍କ ନେତୃତ୍ବରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଶ୍ରୀଲଙ୍କାକୁ 53 ରନରେ ହରାଇଥିଲା ।

on this day in 2007: Australia lifted its fourth 50 over WC title
ଆଜି ଦିନରେ 4ର୍ଥ ଦିନିକିଆ ବିଶ୍ବକପ ଜିତିଥିଲା ଅଷ୍ଟ୍ରେଲିଆ

By

Published : Apr 28, 2020, 2:29 PM IST

ହାଇଦ୍ରାବାଦ: ଏପ୍ରିଲ 28 2007ରେ 4ର୍ଥ ଥର ପାଇଁ ଦିନିକିଆ ବିଶ୍ବକପ ଟାଇଟେଲ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ରିକି ପଏଣ୍ଟିଂଙ୍କ ନେତୃତ୍ବରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଶ୍ରୀଲଙ୍କାକୁ 53 ରନରେ ହରାଇଥିଲା ।

ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା । ପ୍ରଥମ ୱିକେଟ ଯୋଡିରେ ଦୁଇ ବିସ୍ପୋରକ ଓପନର ଆଡାନ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନ 172 ରନ ଯୋଡିଥିଲେ । 104 ବଲରୁ 149 ରନର ଅପରାଜିତ ଶତକୀୟ ଇଂନିସ ଖେଳିଥିଲେ ଗ୍ରୀଲଖ୍ରୀଷ୍ଟ । 38 ଓଭରରେ 281/4 ଅଷ୍ଟ୍ରେଲିଆର ସ୍କୋର ଥିଲା ।

ଜବାବରେ 282 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର 215 ରନ କରିପାରିଥିଲା । କୁମାରା ସାଙ୍ଗାକାରା 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ପରେ ଅଷ୍ଟ୍ରେଲିଆ 4ର୍ଥ ଦିନିକିଆ ବିଶ୍ବକପ ଟ୍ରଫି ହାତେଇଥିଲା । ଅଷ୍ଟ୍ରେଲିଆ ମୋଟ 5ଥର(1987, 1999,2003,2007, 2015) ଦିନିକିଆ ବିଶ୍ବକପ ବିଜୟୀ ହୋଇଛି ।

ABOUT THE AUTHOR

...view details