ହାଇଦ୍ରାବାଦ: କ୍ରିକେଟ ମଇଦାନ ହେଉକି କି ବାହାରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । କେତବେଳେ ତାଙ୍କର ଅବସରକୁ ନେଇ ତ କେତେବେଳେ ଭାରତୀୟ କ୍ରିକେଟରେ ଧୋାନିଙ୍କ ଆବଶ୍ୟକତାକୁ ନେଇ । ତେବେ ଆଜିର ଦିନ ଧୋନିଙ୍କ ପାଇଁ ଓ ପ୍ରଶଂସକଙ୍କ ପାଇଁ ବେଶ ଖାସ ଦିନ ।
ଆଜିର ଦିନରେ ଟିମ ଇଣ୍ଡିଆର ବିଶ୍ବବିଜୟୀ ତଥା ଅନ୍ୟତମ ସଫଳ କ୍ୟାପଟେନ ଧୋନି କ୍ରିକେଟ କ୍ୟାରିୟରରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । 2005 ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ବିଶାଖାପାଟନମର ଡଃ. ୱାଇ, ଏସ. ରାଜଶେଖରା ରେଡ୍ଡି(ACA-VCA) କ୍ରିକେଟ ଷ୍ଟାଡିୟମରେ ଶତକ ହାସଲ କରିଥିଲେ ଧୋନି । ପାକିସ୍ତାନ ବିପକ୍ଷ 6 ଟିକିଆ ଦିନିକିଆ ସିରିଜର 2ୟ ଦିନିକିଆରେ ଏହି ସଫଳତା ହାସଲ କରଥିଲେ ଧୋନି ।