ଓଡିଶା

odisha

By

Published : Mar 29, 2021, 10:48 AM IST

Updated : Mar 29, 2021, 12:55 PM IST

ETV Bharat / sports

ଆଜି ଦିନରେ ପ୍ରଥମ ଭାରତୀୟ ଭାବରେ ତ୍ରିଶତକ କରିଥିଲେ ବୀରେନ୍ଦ୍ର ସେହ୍ବାଗ

ପୂର୍ବତନ ବିସ୍ଫୋରକ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ଆଜି ଦିନରେ ପ୍ରଥମ ଭାରତୀୟ ଭାବରେ ମାରିଥିଲେ ତ୍ରିଶତକ । ପାକିସ୍ତାନର ମୁଲତାନରେ ଟେଷ୍ଟରେ ପ୍ରଥମ ଭାରତୀୟ ଭାବରେ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରି ଇତିହାସ ରଚିଥିଲେ । ଅଧିକ ପଢନ୍ତୁ...

On this day in 2004: Sehwag became first Indian to score triple century in Tests
ଆଜି ଦିନରେ ପ୍ରଥମ ଭାରତୀୟ ଭାବରେ ତ୍ରିଶତକ କରିଥିଲେ ବୀରେନ୍ଦ୍ର ସେହ୍ବାଗ

ନୂଆଦିଲ୍ଲୀ: ନଜଫଗଡର ନବାବ ତଥା ପୂର୍ବତନ ବିସ୍ଫୋରକ ଓପନର ବିରେନ୍ଦ୍ର ସେହ୍ବାଗ ଆଜି ଦିନରେ ପ୍ରଥମ ଭାରତୀୟ ଭାବରେ ମାରିଥିଲେ ତ୍ରିଶତକ । ପାକିସ୍ତାନର ମୁଲତାନରେ ଟେଷ୍ଟରେ ପ୍ରଥମ ଭାରତୀୟ ଭାବରେ ତ୍ରିଶତକ ହାସଲ କରିଥିଲେ ।

2004 ମସିହାରେ ଭାରତର ପାକିସ୍ତାନ ଗସ୍ତ କରିଥିଲା । ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ପାକିସ୍ତାନର ମୁଲତାନରେ ଖେଳାଯାଇଥିଲା। ଅଧିନାୟକ ସୌରଭ ଗାଙ୍ଗୁଲି ସିରିଜର ପ୍ରଥମ ଟେଷ୍ଟରୁ ବାଦପଡିଥିଲେ ଏବଂ ତାଙ୍କ ସ୍ଥାନରେ ନେତୃତ୍ବ ନେଇଥିଲେ ରାହୁଲ ଦ୍ରାବିଡ । ମୁଲତାନର ପ୍ରଥମ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି କରିଥିଲା ​​। ପ୍ରଥମ ଦିନରେ ଭାରତ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଥିଲା । ପ୍ରଥମ ଦିନରେ 228 ରନ କରି ବିରେନ୍ଦ୍ର ସେହ୍ବାଗ ଅପରାଜିତ ରହିଥିଲେ ଭାରତ 356/2 ସ୍କୋର କରିଥିଲା। ମ୍ୟାଚର ଦ୍ବିତୀୟ ଦିନରେ ସେହୱାଗ ତ୍ରିଶତକ ପୂରଣ କରିଥିଲେ ଏବଂ ପ୍ରଥମ ଭାରତୀୟ ଭାବରେ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରି ଇତିହାସ ରଚିଥିଲେ ।

ଏହି ତ୍ରିଶତକକୁ ସ୍ମରଣ କରି ବୀରେନ୍ଦ୍ର ସେହୱାଗ ସୋମବାର ଟ୍ବିଟ କରି କହିଛନ୍ତି '29 ମାର୍ଚ୍ଚ- ମୋ ପାଇଁ ଏକ ସ୍ବତନ୍ତ୍ର ତାରିଖ। ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ହେବା ସୌଭାଗ୍ୟ ଥିଲା। ତାହା ପୁଣି ପାକିସ୍ତାନ ବିପକ୍ଷରେ ଏବଂ ମୁଲତାନରେ ଯାହା ସ୍ବତନ୍ତ୍ର ଥିଲା ବୋଲି ସେହ୍ବାଗ କହିଛନ୍ତି । 4 ବର୍ଷ ପରେ ସମାନ ତାରିଖ 319 ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚେନ୍ନାଇରେ ତ୍ରିଶତକ ପୁଣି ଦୋହରାଇଥିଲେ । ସେହି ସମୟରେ ପାକିସ୍ତାନ ବୋଲିଂର ସାକଲେନ ମୁସ୍ତାକଙ୍କ ସହ ସୋଏବ ଆଖତର,ୱାକାର ୟୁନିସ ଭଳି ବିଶ୍ବସ୍ତରୀୟ ବୋଲରଙ୍କୁ ଛକା ମାରି ତ୍ରିଶତକ ପୂରଣ କରିବା ବେଶରୋମାଞ୍ଚକ ପୂର୍ଣ୍ଣ ରହିଥିଲା । ଆଜି ପର୍ଯ୍ୟନ୍ତ ଜଣେ ଭାରତୀୟ ବ୍ୟାଟସମ୍ୟାନ ଭାବରେ ପାକିସ୍ତାନ ମାଟିରେ ଭାରତୀୟ ବ୍ୟାଟମ୍ୟାନଙ୍କ ସର୍ବାଧିକ ସ୍କୋର ହୋଇ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 29, 2021, 12:55 PM IST

ABOUT THE AUTHOR

...view details