ମେଲବର୍ଣ୍ଣ: ଆଜିର ମର୍ଡନ କ୍ରିକେଟର ତାଳେ ତାଳେ ବଦଳିବାକୁ ଲାଗିଲାଣି କ୍ରିକେଟର ଏହି ସର୍ବପୂରାତନ ଫର୍ମାଟର ରୂପରେଖ । ଦୀର୍ଘ 143 ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ବଦଳିଲାଣି କେତେ ନିୟମ । ତେବେ ଆପଣ ଜାଣନ୍ତି କି, କେବେ ଜନ୍ମ ନେଇଥିଲା ଏହି ଟେଷ୍ଟ କ୍ରିକେଟ ? କିଏ ଥିଲା ଏହାର ପ୍ରଥମ ବିଜେତା ?
ହାପି ବର୍ଥ ଡେ ଟେଷ୍ଟ କ୍ରିକେଟ; ଆଜିର ଦିନରେ ଜନ୍ମ ନେଇଥିଲା କ୍ରିକେଟର ସର୍ବପୁରାତନ ଫର୍ମାଟ - ହାପି ବର୍ଥ ଡେ ଟେଷ୍ଟ କ୍ରିକେଟ
1877, ମାର୍ଚ୍ଚ 15 ତାରିଖରେ ଜନ୍ମ ନେଇଥିଲା ଟେଷ୍ଟ କ୍ରିକେଟ୍ । ଟେଷ୍ଟ କ୍ରିକେଟର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା ।
1877, ମାର୍ଚ୍ଚ 15 ତାରିଖରେ ଜନ୍ମ ନେଇଥିଲା ଟେଷ୍ଟ କ୍ରିକେଟ୍ । ଟେଷ୍ଟ କ୍ରିକେଟର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଜେମ୍ସ ଲିଲିୱାଇଟଙ୍କ ନେତୃତ୍ବାଧିନ ଇଂଲଣ୍ଡ ଦଳ ମଧ୍ୟରେ ଖେଳାଯାଇଥିଲା ଟେଷ୍ଟ କ୍ରିକେଟର ପ୍ରଥମ ଅଫିସିଆଲ୍ ମ୍ୟାଚ । ତେବେ ଏହି ମ୍ୟାଚରେ 45 ରନରେ ପରାସ୍ତ ହୋଇଥିଲା ଇଂଲଣ୍ଡ ।
ସୂଚନାଥାଉ କି, 1877 ପୂର୍ବରୁ ଇଂଲଣ୍ଡ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା କ୍ରିକେଟ ମ୍ୟାଚ କେବଳ ବ୍ୟବସାୟୀକ ଓ ଆମନ୍ତ୍ରିତ ଥିଲା । ମାତ୍ର 1877, ମାର୍ଚ୍ଚ 15 ତାରିଖରେ ଖେଳାଯିଇଥିବା ପ୍ରଥମ ମ୍ୟାଚକୁ ଅଫିସିଆଲ୍ସ ଟେଷ୍ଟ ମ୍ୟାଚ ମାନ୍ୟତା ମିଳିଥିଲା ।