ଓଡିଶା

odisha

ETV Bharat / sports

ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଓଲି ରବିନସନ୍ - ସାଉଥାମ୍ପଟନରେ ଇଂଲଣ୍ଡ-ପାକିସ୍ତାନ ଦ୍ବିତୀୟ ଟେଷ୍ଟ

ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ବୋଲର ଓଲି ରବିନସନଙ୍କୁ ଦଳରେ ସାମିଲ କରିଛି ଇଂଲଣ୍ଡ । ଏନେଇ ଶନିବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ଘୋଷଣା କରିଛି ।

Ollie Robinson to join England's squad for second Test against Pak
ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଓଲି ରବିନସନ୍

By

Published : Aug 8, 2020, 7:32 PM IST

ଲଣ୍ଡନ: ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ବୋଲର ଓଲି ରବିନସନଙ୍କୁ ଦଳରେ ସାମିଲ କରିଛି ଇଂଲଣ୍ଡ । ଏନେଇ ଶନିବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ଘୋଷଣା କରିଛି । ସାଉଥାମ୍ପଟନରେ ସିରିଜର ଦ୍ବିତୀୟ ମ୍ୟାଚ ଖେଳାଯିବ ।

ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଓଲି ରବିନସନ୍

କାଉଣ୍ଟି କ୍ରିକେଟ କ୍ଳବ ସସେକସ ଦଳର ପ୍ରମୁଖ ସଦସ୍ୟ ରହିଥିଲେ ରବିନସନ । ତେବେ ଇସିସି ପକ୍ଷରୁ ତାଙ୍କର ନାମ ସସେକସ ଦଳରୁ ପ୍ରତ୍ୟାହାର କରାଯିବା ସହ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି । ଦ୍ବିତୀୟ ଟେଷ୍ଟ ପୂର୍ବରୁ ଜୈବ ସୁରକ୍ଷିତ ପରିବେଶରେ ଇଂଲଣ୍ଡର ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ ରବିନସନ । ଏନେଇ ଇଂଲଣ୍ଡ କ୍ରିକେଟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଓଲି ରବିନସନ୍

26 ବର୍ଷୀୟ ରବିନସନ 57ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ 244 ୱିକେଟ ଅକ୍ତିଆର କରିଛନ୍ତି । ତେବେ ଅନ୍ତର୍ଜାତୀୟ ଡେବ୍ୟୁ ଅପେକ୍ଷାର ରହିଛନ୍ତି । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ, ଜୋଫ୍ରା ଆର୍ଚର ଓ କ୍ରିସ ୱର୍କ୍ସଙ୍କୁ ସହ 4ଜଣ ପେସ ବୋଲରଙ୍କ ସହ ଖେଳିଛି । ଦ୍ବିତୀୟ ଟେଷ୍ଟ ଅଗଷ୍ଟ 13ରୁ ଏଜେସ ବାୱଲ ସାଉଥାମ୍ପଟନରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details