ଓଡିଶା

odisha

ETV Bharat / sports

ବାରବାଟୀ ନିର୍ଣ୍ଣାୟକ ମ୍ୟାଚ: କର ବା ମର ସ୍ଥିତିରେ ଓଡିଶା - ranji match latest news

ବୁଧବାର ଘରୋଇ ବାରବାଟୀ ଗ୍ରାଉଣ୍ଡରେ ଝାଡଖଣ୍ଡକୁ ଭେଟିବ ଓଡିଶା । ଯଦି ନିର୍ଣ୍ଣାୟକ ମ୍ୟାଚରେ ଝାଡଖଣ୍ଡ ବିପକ୍ଷରେ ବାଜିମାତ କରୁଛି, କ୍ବାର୍ଟର ଫାଇନାଲ ପହଁଚିବାର ଆଶା ଉଜ୍ଜୀବିତ ରହିବ।

ବାରବାଟୀ ନିର୍ଣ୍ଣାୟକ ମ୍ୟାଚ
ବାରବାଟୀ ନିର୍ଣ୍ଣାୟକ ମ୍ୟାଚ

By

Published : Feb 11, 2020, 11:38 PM IST

Updated : Feb 11, 2020, 11:48 PM IST

କଟକ: ବୁଧବାର ଅଗ୍ନି ପରୀକ୍ଷା ଦେବ ଓଡିଶା । ଘରୋଇ ବାରବାଟୀ ଗ୍ରାଉଣ୍ଡରେ ଝାଡଖଣ୍ଡକୁ ଭେଟିବ ଓଡିଶା କ୍ରିକେଟ ଆସୋସିଏସନ । ଏନେଇ ମଙ୍ଗଳବାର ଉଭୟ ଦଳ ନେଟସରେ ଝାଳ ବୁହାଇଛନ୍ତି। ବାରବାଟୀ ବ୍ୟାଟିଂ ଟ୍ରାକରେ ଓଡିଶା ଫେବରେଟ ରହିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ପ୍ରଶ୍ନ ଏହା ଯେ, ଟସ କେତେ ହେବ ନିର୍ଣ୍ଣାୟକ।

ବାରବାଟୀରେ ଖେଳାଯିବ ବିଗ ଫାଇଟ । କର ବା ମର ସ୍ଥିତିରେ ଓଡିଶା । ରଣଜୀ ସିଜନର ସବୁଠୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ ଓଡିଶା । ଯେଉଁଥିରେ ଝାଡଖଣ୍ଡ ହେବ ଟାର୍ଗେଟ । ଉଭୟ ବୋଲିଂ ଆଉ ବ୍ୟାଟିଂ ଦିଗକୁ କିପରି ମଜବୁତ କରିହେବ ସେନେଇ ଖେଳାଳିଙ୍କ କାନରେ ଗୁରୁ ମନ୍ତ୍ର ଫୁଙ୍କିଛନ୍ତି ଦଳର ମୁଖ୍ୟ କୋଚ ରଶ୍ମି ରଞ୍ଜନ ପରିଡା ।

ଓଡିଶା ବର୍ତ୍ତମାନ ସୁଦ୍ଧା ବ୍ୟାଟିଂ ଅପେକ୍ଷା ବୋଲିଂ ଦିଗରେ ବେଶ ମଜବୁତ ରହିଛି । ବର୍ତ୍ତମାନ ଓଡିଶା 8 ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରିଛି । ଆସନ୍ତାକାଲି ମ୍ୟାଚରେ ବିପକ୍ଷ ଝାଡଖଣ୍ଡକୁ ମାତ ଦେବା ଏକ ପ୍ରକାର ନିଶ୍ଚୟ ବୋଲି କହିଛନ୍ତି ଓଡିଶା କୋଚ ରଶ୍ମି ରଞ୍ଜନ ପରିଡା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ଝାଡଖଣ୍ଡ ସିଜିନରୁ ବାଦ ପଡି ସାରିଛି । 8ଟି ମ୍ୟାଚରୁ 3ଟିରେ ବିଜୟ ହୋଇଛି ଝାଡଖଣ୍ଡ ଦଳ । ହେଲେ ଓଡିଶା ଦଳ ସହ ଦମଦାର ଲଢେଇ ହେବା ନେଇ କହିଛନ୍ତି ଦଳର ମୁଖ୍ୟ କୋଚ ରାଜୀବ କୁମାର । ବର୍ତ୍ତମାନ ଦଳର ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ 19 ବର୍ଷରୁ କମ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯିବ । ଫଳରେ ଆଗମୀ ଦିନରେ ଏହି ସେମାନେ ବେଶ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି କୋଚ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 11, 2020, 11:48 PM IST

ABOUT THE AUTHOR

...view details