ଓଡିଶା

odisha

ସିନିଅର ମହିଳା ଏକଦିବସୀୟ ଟ୍ରଫି: ପ୍ରଥମ ମ୍ୟାଚରେ ହାରିଲା ଓଡ଼ିଶା

By

Published : Mar 12, 2021, 10:55 PM IST

ପ୍ରଥମ ମ୍ୟାଚରେ ପରାଜିତ ହେଲା ଓଡ଼ିଶା ମହିଳା ଦଳ। ସୁରଟରେ ଖେଳାଯାଇଥିବା ସିନିଅର ମହିଳା ଏକଦିବସିୟ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ 5 ୱିକେଟରେ ହରାଇଛି ଝାଡ଼ଖଣ୍ଡ। ଅଧିକ ପଢ଼ନ୍ତୁ...

ସିନିଅର ମହିଳା ଏକଦିବସିୟ ଟ୍ରଫି: ପ୍ରଥମ ମ୍ୟାଚରେ ହାରିଲା ଓଡ଼ିଶା
ସିନିଅର ମହିଳା ଏକଦିବସିୟ ଟ୍ରଫି: ପ୍ରଥମ ମ୍ୟାଚରେ ହାରିଲା ଓଡ଼ିଶା

କଟକ:ପ୍ରଥମ ମ୍ୟାଚରେ ପରାଜିତ ହେଲା ଓଡ଼ିଶା ମହିଳା ଦଳ। ସୁରଟରେ ଖେଳାଯାଇଥିବା ସିନିଅର ମହିଳା ଏକଦିବସୀୟ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ 5 ୱିକେଟରେ ହରାଇଛି ଝାଡ଼ଖଣ୍ଡ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା। 46 ଓଭରରେ ସମସ୍ତ ୱକେଟ ହରାଇ 150 ରନ କରିଥିଲା ଦଳ। ଓଡ଼ିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ 32 ରନ୍ , ରୋସନାରା ପରବିନ 26 ରନ୍ , ଓ ସରିତା ମେହେର 24 ରନ୍ କରିଥିଲେ ।

ଯେନତେନ ପ୍ରକାରେଣ ଦଳ 150 ରନ କରି ପାରିଥିଲା। 42 ଓଭରରେ 5 ୱିକେଟ ହରାଇ ଝାଡ଼ଖଣ୍ଡ 151 ରନ ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା। ଦଳ ପକ୍ଷରୁ ରୁମା 29 ରନ୍, ନିହାରିକା 24 ରନ୍ ଓ ରଶ୍ମି 22 ରନ୍ କରିଥିଲେ । ଆସନ୍ତା ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା।

ଆଗାମୀ ମ୍ୟାଚରେ ଓଡ଼ିଶା ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ। ବିଶେଷ କରି ବ୍ୟାଟିଂ ଉପରେ ଗୁରୁତ୍ବ ଦିଆଯିବାନେଇ ଦଳ ପକ୍ଷରୁ କୁହାଯାଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details