ଓଡିଶା

odisha

By

Published : Oct 21, 2019, 10:11 PM IST

Updated : Oct 21, 2019, 11:48 PM IST

ETV Bharat / sports

କ୍ରିକେଟକୁ ଅଲବିଦା କହିଲେ ନଟରାଜ

ଓଡିଶାର ଷ୍ଟାର ରଜଣୀ କ୍ରିକେଟର ନଟରାଜ ବେହେରା କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ ...

ନଟରାଜ ବେହେରା

କଟକ: କ୍ରିକେଟକୁ ଅଲବିଦା କହିଲେ ନଟରାଜ ବେହେରା । ଓଡିଶା ପକ୍ଷରୁ ଦୀର୍ଘଦିନ ଧରି ଖେଳିଲା ପରେ ସୋମବାର ସେ କ୍ରିକେଟ ରୁ ସନ୍ନ୍ୟାସ ନେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଅବସର ଘୋଷଣା କରିଥିବା ଦର୍ଶାଇଛନ୍ତି । ଏଥିସହିତ ଫିଜିକାଲ ଫିଟନେସ ଓ ଦଳଗତ ପଦର୍ଶନ ଖରାପ ଯୋଗୁ ଏହି ନିଷ୍ପତ୍ତି ନେବା କଥା କେହିଛନ୍ତି ନଟରାଜ । ଏନେଇ ସେ ଓଡିଶା କ୍ରିକେଟ ଆସୋସିଏସନକୁ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

ତେବେ ସିନିୟର କ୍ରିକେଟରଙ୍କ ଅବସର ଯୁବ କ୍ରିକେଟରଙ୍କୁ ଦଳରେ ସ୍ଥାନ ମିଳିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏବଂ ଓଡିଶା କ୍ରିକେଟର ଉନ୍ନତି ପାଇଁ ସେ ଆଗାମୀ ଦିନରେ ଚେଷ୍ଟା କରିବେ ବୋଲି କହିଛନ୍ତି । ଯଦି ଓସିଏ ତାଙ୍କୁ କୌଣସି ପରିସ୍ଥିତିରେ ସହଯୋଗ ପାଇଁ ଆବଶ୍ୟକ କରେ ଅଥବା କୌଣସି ଦାୟିତ୍ବ ଦିଏ ସେ ନିଶ୍ଚୟ କରିବେ ବୋଲି କହିଛନ୍ତି ।

କ୍ରିକେଟକୁ ଅଲବିଦା କହିଲେ ନଟରାଜ

ଏଥିସହିତ ଖେଳାଳି ହିସାବରେ ନୁହେଁ ବରଂ କୋଚ ହିସାବରେ ରହିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି । 54 ଟି ପ୍ରଥମ ଶ୍ରେମୀ କ୍ରିକେଟ ମ୍ୟାଚରେ ନଟରାଜ 3031 ରନ କରିଛନ୍ତି । ସେଥମଧ୍ୟରୁ ଅପରାଜିତ 255 ରନ ନଜରାଜଙ୍କ ସର୍ବାଧିକ ସ୍କୋର । 2008 ଡିସେମ୍ବରରେ ଗୁଜୁରାଟ ବିପକ୍ଷରେ ଭୁବନେଶ୍ବରରେ ସେ ଡେବ୍ୟୁ କରିଥିଲେ । ନଟରାଜ ଶେଷ ରଣଜୀ ମ୍ୟାଚ ଇନ୍ଦୋରରେ 2017 ରେ ମଧ୍ୟପ୍ରଦେଶ ବିପକ୍ଷରେ ଖେଳିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 21, 2019, 11:48 PM IST

ABOUT THE AUTHOR

...view details