କଟକ: ଆସନ୍ତା 22 ତାରିଖରେ ମହାଲଢେଇ । ଯେଉଁଥିରେ ଭାରତ ଓ ୱଷ୍ଟେଇଣ୍ଡିଜ ମୁହାଁମୁହିଁ ହେବେ । ତେବେ ହାତରେ କମ ସମୟ ଥିବାରୁ ନୂଆ ଢଙ୍ଗରେ ସଜେଇ ହେଉଛି ବାରଵାଟୀ ଷ୍ଟାଡିୟମ ।
ବ୍ୟାଟିଂ ଟ୍ରାକକୁ ପସନ୍ଦ କରନ୍ତି ଓଡିଶା ଫ୍ୟାନ୍ସ ଟିକେ କାର୍ଯ୍ୟରେ ବିଳମ୍ବ ହୋଇଥିଲେ ସୁଦ୍ଧା ସବୁ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେରେ ଶେଷ କରୁଛି ଓସିଏ । ଯାହାକୁ ନେଇ ଖୁସି ଜାହିର କରିଛନ୍ତି କ୍ରୀଡାବିତ ।
ଏହାସହିତ ଓଡିଶାର ଫ୍ୟାନ୍ସ ମାନେ ହାଇ ସ୍କୋରିଂ ମ୍ୟାଚ ଦେଖିବା ପାଇଁ ବେଶ ପସନ୍ଦ କରନ୍ତି । ଆଉ ବାରବାଟୀ ପିଚ ମଧ୍ୟ ଫ୍ଲାଟ ଓ ବ୍ୟାଟିଂ ଟ୍ରାକ ଆଧାରରେ ପ୍ରସ୍ତୁତ ହେଉଛି । ଯେଉଁଥିରେ 300 ରୁ ଉର୍ଦ୍ଧ୍ବ ରନ ହେବା ସ୍ବାଭାବିକ । ତେବେ ଏହି ଛକା ଚୌକର ମଜା ଦର୍ଶକ ଉଠାଇବେ ବୋଲି କହିଛନ୍ତି କ୍ରୀଡାବିତ ପବନ ଅଗ୍ରୱାଲ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ