ଓଡିଶା

odisha

ETV Bharat / sports

ବାରବାଟୀରେ ପିଙ୍କ ବଲ ଟେଷ୍ଟ ! - ବାରବାଟୀରେ ପିଙ୍କ ବଲ ଟେଷ୍ଟ

ବାରବାଟୀରେ ହୋଇପାରେ ପିଙ୍କ ବଲ ଟେଷ୍ଟ । ବିସିସିଆଇକୁ ଅନୁମତି ମାଗିଲା ଓସିଏ । ଅଧିକ ପଢ଼ନ୍ତୁ...

Odisha Cricket Association, permission for pink ball test in barabati,  Day-Night pink ball test match, pink ball test in Barabati stadium, ବାରବାଟୀରେ ପିଙ୍କ ବଲ ଟେଷ୍ଟ, ବାରବାଟୀରେ ପିଙ୍କ ବଲ ଟେଷ୍ଟ ପାଇଁ ଅନୁମତି
ବାରବାଟୀରେ ପିଙ୍କ ବଲ ଟେଷ୍ଟ !

By

Published : Dec 12, 2019, 6:58 PM IST

କଟକ: ଆସନ୍ତା ଇଂଲଣ୍ଡ ଗସ୍ତ ସମୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ବେଳେ ବାରବାଟୀରେ ଏକ ପିଙ୍କ ବଲ ଟେଷ୍ଟ ଖେଳାଯିବା ପାଇଁ ବିସିସିଆଇକୁ ଅନୁମତି ମାଗିଛି ଓସିଏ । କାରଣ ବାରବାଟୀରେ ଦୀର୍ଘବର୍ଷ ହେବ ଟେଷ୍ଟ ମ୍ୟାଚ ଖେଳାଯାଇନି । ଯଦି ଏହି ଦିବାରାତ୍ର ମ୍ୟାଚ ବାରବାଟୀକୁ ହସ୍ତାନ୍ତର କରାଯିବ ତେବେ ଓସିଏ ଏହି ମ୍ୟାଚକୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ ଆୟୋଜନ କରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀରେ ପିଙ୍କ ବଲ ଟେଷ୍ଟ !

ଏଯାବତ ଷ୍ଟାଡିଅମରେ 2ଟି ଟେଷ୍ଟ ଖେଳିଛି ଭାରତ। ଗୋଟିଏ ମ୍ୟାଚ 1987 ମସିହାରେ ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା ଓ ଦ୍ବିତୀୟଟି 1995 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା ଭାରତ। ଏହାପର ଠାରୁ ଆଜି ପର୍ଯ୍ୟନ୍ତ ବାରବାଟୀରେ ଗୋଟିଏ ବି ଟେଷ୍ଟ ମ୍ୟାଚ ଦେଖିବାର ସୁଯୋଗ ପାଇ ନାହାନ୍ତି ଦର୍ଶକ । ତେବେ ପିଙ୍କ ବଲ ଟେଷ୍ଟ ବାରବାଟୀରେ ଖଳାଗଲେ ଓଡିଶା ବାସୀ ଆହୁରି ଖୁସି ହେବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details