ଓଡିଶା

odisha

ETV Bharat / sports

ଜାତୀୟ ସମରଥନମ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଓଡିଶା ମହିଳା ଦୃଷ୍ଟିହୀନ ଦଳ - cuuttack news

ଜାତୀୟ ସମରଥନମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପ୍ରବେଶ କଲା ଓଡିଶା ମହିଳା ଦୃଷ୍ଟିହୀନ ଦଳ । ମହାରାଷ୍ଟ୍ରକୁ ୧୧୦ ରନରେ ପରାସ୍ତ କରିଛି ଓଡିଶା । ଆଗକୁ ପଢନ୍ତୁ...

odisha blind women cricket team in final
ଫାଇନଲରେ ଓଡିଶା ମହିଳା ଦୃଷ୍ଟିହୀନ ଦଳ

By

Published : Dec 19, 2019, 2:09 PM IST

କଟକ:ଫାଇନାଲରେ ଓଡିଶା ଦୃଷ୍ଟିହୀନ ମହିଳା ଦଳ । ଦିଲ୍ଲୀରେ ଚାଲିଥିବା ଜାତୀୟ ସମରଥନମ କ୍ରିକେଟ ପ୍ରତିଯୋଗିତାରେ ମହାରାଷ୍ଟ୍ରକୁ ୧୧୦ ରନରେ ପରାସ୍ତ କରିଛି ଓଡିଶା । ଏହି ବିଜୟ ସହ ଫାଇନାଲରେ ପ୍ରବେଶ କରିଛି ଟିମ ଓଡିଶା ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ନିର୍ଦ୍ଧାରିତ 20 ଓଭରରେ ବୃହତ 242 ରନ ସଂଗ୍ରହ କରିଥିଲା ଓଡିଶା । ଦଳ ପକ୍ଷରୁ ପୁନି ମୂର୍ତ୍ତି ସର୍ବାଧିକ 89 ରନ କରିଥିଲା ବେଳେ ବାସନ୍ତୀ ହାଁସଦା 71 ରନ କରିଥିଲେ ।

ଜବାବରେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦୁଇ ୱିକେଟ ହରାଇ ମାତ୍ର 132 ରନ ହିଁ କରିବାକୁ ସକ୍ଷମ ହୋଇଥିଲା ମହାରାଷ୍ଟ୍ର । ଫାଇନାଲରେ କର୍ଣ୍ଣାଟକକୁ ଭେଟିବ ଓଡିଶା ।


କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details