କଟକ: ଓଡିଶା ପୁଅ ଆଇପିଏଲରେ ହେବେ ନେଟ୍ସ ବୋଲର । ଅଲରାଉଣ୍ଡର ରାଜେଶ ମହାନ୍ତିଙ୍କୁ ମିଳିଛି ଚେନାଇ ସୁପରକିଙ୍ଗ୍ସ ଟିକେଟ । ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ଧୋନୀ ବାହିନୀଙ୍କୁ ନେଟ୍ସରେ ବୋଲିଂ କରିବେ ରାଜେଶ ।
ଏପ୍ରିଲ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଆଇପିଏଲ 2021 ପୂର୍ବରୁ ଚେନ୍ନାଇରେ ପ୍ରସ୍ତୁତି ଆରମ୍ଭ କରିଛି ଧୋନିଙ୍କ ନେତୃତାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଟିମ । ଏହି ଅଭ୍ୟାସ କ୍ୟାମ୍ପକୁ ରାଜେଶଙ୍କୁ ଡାକରା ଆସିଛି । ଏନେଇ ଖୁସି ଜାହିର କରିଛି ଓଡିଶା କ୍ରିକେଟ ଆସୋସିଏସନ ।