କଟକ: କୋରୋନା କାୟାରେ ସାର ବିଶ୍ବ । କ୍ରିକେଟ ଜଗତର ସମସ୍ତ ଛୋଡ ବଡ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଯାଇଥିବା ବେଳେ ଲକଡାଉନରେ ଘରେ ସମୟ କାଟୁଛନ୍ତି କ୍ରିକେଟର । ଅନ୍ୟପଟେ କ୍ରିକେଟ ଅଭ୍ୟାସ ଜାରି ରଖିବା ପାଇଁ ବିସିସିସାଇ ସମେତ ଅନ୍ୟ କିଛି ରାଜ୍ୟ କ୍ରିକେଟ ବୋର୍ଡ ଅନଲାଇନ କ୍ଲାସେସ ଆରମ୍ଭ କରିଛନ୍ତି । ମାତ୍ର ଓଡିଶା କ୍ରିକେଟ ବୋର୍ଡ ଏଥିରେ ସମୂର୍ଣ୍ଣ ପଛରେ ପଡିଯାଇଛି । ଲକଡାଉନରେ ଓସିଏ ତଥା ବାରବାଟୀ ବନ୍ଦଥିବା ବେଳେ ପ୍ରଭାବିତ ହୋଇଛନ୍ତି ଓଡିଆ କ୍ରିକେଟର ।
ଅନ୍ୟପଟେ ଚଳିତବର୍ଷ ରଣଜୀ ସିଜନରେ ଭଲ ପଦର୍ଶନ କରିଥିଲା ଓଡିଶା । ତେଣୁ ଖେଳାଳିଙ୍କ ଲଗାତାର ଅଭ୍ୟାସ ଜାରି ରହିବା ନିତ୍ୟାନ୍ତ ଆବଶ୍ୟତ ହୋଇ ପଡିଛି । ଅନ୍ୟପଟେ ଆଗକୁ ଆହୁରି ବଡ ବଡ ଟୁର୍ଣ୍ଣାମେଣ୍ଟ ରହିଥିବାରୁ ଅନଲାଇନ ଶିକ୍ଷା ଉପରେ ଗୁରୁତ୍ବ ଉଚିତ ବୋଲି କହିଛନ୍ତି କ୍ରିକେଟର ସୂର୍ଯ୍ୟକାନ୍ତ ପ୍ରଧାନ ।