କଟକ:ବିସିସିଆଇର ଘରୋଇ ସିଜିନର ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପ୍ରସ୍ତୁତି ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ 147 ଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ଆସନ୍ତା 27ରେ ଖେଳାଳିମାନେ ପହଞ୍ଚିବା ସହ 28ରୁ କଟକରେ ଆରମ୍ଭ ହେବ ଶିବିର । ପରେ ଫେବୃଆରୀ ପହିଲାରୁ ଟ୍ରାଏଲ ମ୍ୟାଚ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଓସିଏ ବରିଷ୍ଠ ଚୟନକର୍ତ୍ତା କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ।
ଏହି ଖେଳାଳି ମାନେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ଦେବେ। ଏହା ପରେ 15 ଜଣିଆ ଦକ୍ଷ ଚୁଡାନ୍ତ ଦଳ ଚୟନ ହେବ । ପୂର୍ବରୁ ଓସିଏ ଆୟୋଜନ କରିଥିବା ଆନ୍ତଃଜିଲା ଟି20 ଲିଗ, ମୁସ୍ତାକ ଅଲି ଟ୍ରଫି ଓ ଅନ୍ୟାନ୍ୟ ବୟସ ବର୍ଗ ଖେଳାଳିଙ୍କ ମଧ୍ୟରୁ ଏହି 147 ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ।