ଓଡିଶା

odisha

ETV Bharat / sports

NZ vs IND: କିଓ୍ବି ଦଳର କ୍ଲିନ୍‌ ସୁଇପ, 3-0ରେ ହାତେଇଲା ସିରିଜ - ଭାରତ ବନାମ ନ୍ୟୁଜିଲାଣ୍ଡ

ଭାରତ ବନାମ ନ୍ୟୁଜିଲାଣ୍ଡ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ କରିଛି କ୍ବିଓ୍ବି ଦଳ ।

NZvsIND
NZvsIND

By

Published : Feb 11, 2020, 4:28 PM IST

Updated : Feb 11, 2020, 5:18 PM IST

ମାଉଣ୍ଟ ମାଉଙ୍ଗାନୁଇ: ଭାରତ-ନ୍ୟୁଜିଲାଣ୍ଡ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଏହି ସିରିଜକୁ କ୍ଲିନ୍‌ ସୁଇପ କରିଛି କ୍ବିଓ୍ବି ଦଳ । ସିରିଜର ଅନ୍ତିମ ମ୍ୟାଚରେ ଭାରତକୁ 5 ଓ୍ବିକେଟରେ ପରାସ୍ତ କରିଛି କ୍ବଓ୍ବି ଦଳ ।

ଫଟୋ ସୌଜନ୍ୟ:ଟ୍ବିଟର@BLACKCAPS

3ୟ ଦିନିକିଆରେ କିଓ୍ବି ଦଳ ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ସର୍ବାଧିକ ରନ୍‌ କେଏଲ ରାହୁଲ 112(113ବଲ୍‌)ରନ୍‌ କରିଥିଲେ । ଏଥିସହ ଶ୍ରେୟସ ଆୟର 62(63ବଲ୍‌)ରନ୍‌, ମନିଷ ପାଣ୍ଡେ 42(48ବଲ୍‌)ରନ ଓ ଓପନର ପୃଥ୍ବୀ ଶ 40(42ବଲ୍‌) ରନ୍‌ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 296ରନ୍‌ ହାସଲ କରିଥିଲା ଟିମ୍‌ ଇଣ୍ଡିଆ ।

ଭାରତ ବନାମ ନ୍ୟୁଜିଲାଣ୍ଡ

297ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି କ୍ବିଓି ଟିମ 47.1 ଓଭରରେ 5 ଓ୍ବିକେଟ ହରାଇ 300ରନ୍‌ ହାସଲ କରି ମ୍ୟାଚକୁ ଜିଣି ନେଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ୍‌ ହେନେରୀ ନିକୋଲସ୍‌ 80(103ବଲ୍‌)ରନ୍‌ କରିଥିଲେ । ଏଥିସହ ଓପନର ମାର୍ଟିନ ଗୁପ୍ଟିଲ 66(46ବଲ୍‌)ରନ୍‌, ଟମ୍‌ ଲାଥମ 32(34ବଲ୍‌)ରନ୍‌ ଓ ଅଧିନାୟକ କେନ ଓ୍ବିଲିୟମସନ 22(31ବଲ୍‌) ରନ୍‌ ହାସଲ କରିଥିଲେ ।

ଫଟୋ ସୌଜନ୍ୟ:ଟ୍ବିଟର@ICC

ତେବେ ଏହି ଦିନିକିଆ ସିରିଜର ଅନ୍ତିମ ମ୍ୟାଚକୁ 5 ଓ୍ବିକେଟରେ ବିଜୟ ହାସଲ କରି କେନ୍‌ଙ୍କ ଦଳ ସିରିଜକୁ 3-0ରେ ହାତେଇଛି । ସିରିଜର ପ୍ରଥମ ମ୍ୟାଚରେ ଭାରତକୁ 4 ଓ୍ବିକେଟରେ ମାତ୍‌ ଦେଇଥିବାବେଳେ 2ୟ ମ୍ୟାଚଟିକୁ 22ରନ୍‌ରେ ଜିତିଥିଲା ନ୍ୟୁଜିଲାଣ୍ଡ ଟିମ ।

ଏହାପରେ 2ଦଳ ମଧ୍ୟରେ 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।

Last Updated : Feb 11, 2020, 5:18 PM IST

ABOUT THE AUTHOR

...view details