ମାଉଣ୍ଟ ମଉଙ୍ଗାନୁଇ: ନ୍ୟୁଜିଲାଣ୍ଡ ବିପକ୍ଷରେ 4ର୍ଥ ଟି-20 ମ୍ୟାଚରେ ଭାରତ ସୁପରଓଭରରେ ବାଜିମାତ କରିଥିଲା । ରବିବାର ଉଭୟ ଦଳ ମଧ୍ୟରେ ସିରିଜର ଅନ୍ତିମ ଟି-20 ମ୍ୟାଚ ଖେଳାଯିବ । ଭାରତର ନଜର ସିରିଜ କ୍ଲିନ୍ ସୁଇପ୍ ଉପରେ ରହିଛି । ଏପଟେ କ୍ବିଓ୍ବି ଦଳ ଚାହିଁବ ବିଜୟ ହାସଲ କରି ଲଜ୍ଜାଜନକ ପରାଜୟରୁ ବଞ୍ଚିବା ପାଇଁ ।
ନ୍ୟୁଜିଲାଣ୍ଡ ଦ୍ବିପାକ୍ଷିକ ଟି-20 ସିରିଜରେ କେବେ ବି ସମସ୍ତ ମ୍ୟାଚରେ ପରାସ୍ତ ହୋଇ ନାହିଁ । ରବିବାର ଦିନ ଭାରତ ବିଜୟ ହେଲେ କ୍ବିଓ୍ବିର ଏହି ରେକର୍ଡ ଭାଙ୍ଗିବା ସହ ନିଜ୍ୟୁଲାଣ୍ଡ ବିପକ୍ଷରେ ପ୍ରଥମ କ୍ଲିନ୍ ସୁଇପ କରିବ ଭାରତ ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର କ୍ଲିନ୍ ସୁଇପ ଗତ ମ୍ୟାଚରେ ମନୀଷ ପାଣ୍ଡେ 6ଷ୍ଠ ନଂରେ ଭଲ ବ୍ୟାଟିଂ କରିଛନ୍ତି । ସେ ଅନ୍ତମ ମ୍ୟାଚରେ ସେହି କ୍ରମରେ ହିଁ ଗ୍ରାଉଣ୍ଡକୁ ଆସି ପରାନ୍ତି । ସେହିପରି ଶ୍ରେୟସ ଆୟର 3ୟ ନଂ ରେ ଗ୍ରାଉଣ୍ଡକୁ ଓହ୍ଲାଇବର ସମ୍ଭାବନା ରହିଛି । ଏପଟେ 2ଟି ଦାୟିତ୍ବ ତୁଲାଉଥିବା ଓପନର କେଏଲ ରାହୁଲ କିପିଂ ନ କରିପାରନ୍ତି । କାରଣ ପନ୍ତ ଏବେ ଫିଟ୍ ଅଛନ୍ତି । ଅନ୍ତିମ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ପାରେ ।
ବୋଲରମାନଙ୍କ ମଧ୍ୟରେ ଜସପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ ଓ ମହମ୍ମଦ ସାମିଙ୍କୁ ଟିମରେ ସାମିଲ କରାଯିବାର ସମ୍ଭାବନା ରହିଛି ।
ଅନ୍ୟପଟେ କ୍ବିଓ୍ବି ଟିମର ଅଧିନାୟକ କେନ ଓ୍ବିଲିୟମସନ ଗତ ମ୍ୟାଚରେ ଆହତ ଥିବା କରାଣରୁ ଟିମ୍ରୁ ବାଦ୍ ପଡିଥିଲେ । 5ମ ମ୍ୟାଚରେ କେନ ଅଧିନାୟକ ଦାୟିତ୍ବ ତୁଲାଇବା ସହ ଟିମକୁ ସିରିଜର ପ୍ରଥମ ବିଜୟ ଦେବାକୁ ଚାହିଁବେ । ଗତ 2ଟି ମ୍ୟାଚରେ ବିଜୟର ଦ୍ବାରରୁ ପରାସ୍ତ ହୋଇଛି କ୍ବିଓ୍ବି ଦଳ ।