ଓଡିଶା

odisha

ETV Bharat / sports

ଆଜି 3ୟ ଦିନିକିଆ; ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ବିରାଟ ବାହିନୀ - 3rd ODI

0-2ରେ ସିରିଜ ହାରି ସାରିଥିବା ଭ୍ରମଣକାରୀ ଭାରତ ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ।

nz-vs-ind-3rd-odi-kohli-and-co-play-for-pride
ଆଜି 3ୟ ଦିନିକିଆ

By

Published : Feb 11, 2020, 6:38 AM IST

ମାଉଣ୍ଟ ମାଇଉଙ୍ଗାନୁଇ: ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଦିନିକିଆ ସିରିଜର 3ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ମଙ୍ଗଳବାର ଖେଳାଯିବ । 0-2ରେ ସିରିଜ ହାରି ସାରିଥିବା ଭ୍ରମଣକାରୀ ଭାରତ ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ।

ତେବେ ଯଦି ଭାରତ ଶେଷ ମ୍ୟାଚରେ ପରାସ୍ତ ହେଉଛି 1989 ମସିହା ପରେ କୌଣସି ଦିନିକିଆ ସିରିଜରେ ଲଜ୍ଜାଜନକ ଭାବେ ସମ୍ପୂର୍ଣ୍ଣ ରୂପେ ପରାସ୍ତ ହେବ ଦଳ । କାରଣ ଶେଷଥର ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଦଳ 5-0ରେ ହ୍ୱାଇଟୱାସର ସ୍ବାଦ ଚାଖିଥିଲା । ସେହିପରି 2016-14 ପରେ ଭାରତ ବିପକ୍ଷରେ କୌଣସି ଦିନିକିଆ ସିରିଜ ଜିତିଛି ବିଶ୍ବକପ ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ।

ଆଜି 3ୟ ଦିନିକିଆ

ତେବେ 2ୟ ଦିନିକିଆରେ 348ରନର ବିଜୟ ଲକ୍ଷ୍ୟକୁ ପିଛା କରିବାରେ ବିଫଳ ହୋଇଥିଲା ଭାରତୀୟ ଦଳ । ସେହିପରି ପ୍ରଥମ ଦିନିକିଆରେ 273ରନକୁ ଡିଫେଣ୍ଡ କରିବାରେ ଫେଲ ମାରିଥିଲେ ବିରାଟଙ୍କ ବୋଲର । ସେପଟେ ଦଳର ଦୁଇ ନିର୍ଭରଯୋଗ୍ୟ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ଅନୁପସ୍ଥିତିରେ ଭାରତୀୟ ଓପନିଂ ବିଫଳ ରହିଛି । ଫଳରେ ଆଜି ଏହି ସମ୍ମାନ ବଞ୍ଚାଇବା ମ୍ୟାଚରେ ନୂଆ ଓପନିଂ ଯୋଡି ପୃଥୀ ଶ ଓ ମୟଙ୍କ ଅଗ୍ରୱାଲଙ୍କୁ କିଛି କମାଲ ଦେଖାଇବାକୁ ପଡିବ ।

ସେପଟେ ଘରୋଇ ଦଳକୁ ଅଧିନାୟକ ୱିଲିୟମସନଙ୍କ ଫେରିବାର ସମ୍ଭାବନା ବଢିଯାଇଛି । ତାଙ୍କ ସହ ଦଳରେ ମଧ୍ୟ ଅଭିଜ୍ଞ ବୋଲର ଇସ ସୋଦୀ ଓ ବ୍ଲାଇର ଟିଙ୍କର ଦଳକୁ ବ୍ୟାକ୍‌ କରିଛନ୍ତି । ଫଳରେ ଘରୋଇ କିୱି ଦଳ ଅଧିକ ମଜବୁତ୍‌ ହେବା ସହ ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ।

ଆଜି 3ୟ ଦିନିକିଆ
  • ଭାରତୀୟ ଦଳ: ବିରାଟ୍ କୋହଲି (କ୍ୟାପଟେନ୍‌) ପୃଥ୍ୱୀ ଶ’, ମୟଙ୍କ ଅଗ୍ରୱାଲ୍‌, ଲୋକେଶ ରାହୁଲ୍ (ୱିକେଟକିପର), ଋଷଭ ପନ୍ତ, ଶ୍ରେୟସ ଆୟର୍‌, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ନଭଦୀପ ସାଇନି।
  • ନ୍ୟୁଜିଲ୍ୟାଣ୍ଡ୍‌ ଦଳ: କେନ୍ ୱିଲିୟମସନ୍ (କ୍ୟାପଟେନ୍‌), ଟମ୍ ଲାଥମ (ୱିକେଟକିପର), ମାର୍ଟିନ୍ ଗପ୍ଟିଲ୍‌, ରସ୍ ଟେଲର୍‌, କଲିନ୍ ଡି’ଗ୍ରାଣ୍ଡହୋମ୍‌, ଜେମ୍ସ ନିଶାମ୍‌, ସ୍କଟ୍ କୁଗେଲାଇନ୍‌, ଟମ୍ ବ୍ଲଣ୍ଡେଲ୍‌, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର୍‌, ହାମିଶ୍ ବେନେଟ୍ଟ, ଟିମ୍ ସାଉଦୀ, କାଇଲ୍ ଜେମିସନ୍‌, ଇଶ ସୋଢୀ, ବ୍ଲେୟାର୍ ଟିକନର୍।

ABOUT THE AUTHOR

...view details