ଓଡିଶା

odisha

By

Published : Sep 3, 2020, 8:12 PM IST

ETV Bharat / sports

ପରଲୋକରେ ପ୍ରଖ୍ୟାତ ସୌରାଷ୍ଟ୍ର କ୍ରିକେଟ କୋଚ ‘ବାବି ସାହେବ’

ଆଉ ନାହାନ୍ତି ଖାତନାମା କ୍ରିକେଟ କୋଚ ଆକବାରଖାନ ବାବି । 'ବାବି ସାହେବ' ନାମରେ ସେ ଲୋକପ୍ରିୟ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା ।

Noted Saurashtra cricket coach Babi dies
ପରଲୋକରେ ପ୍ରଖ୍ୟାତ ସୌରାଷ୍ଟ୍ର କ୍ରିକେଟ କୋଚ ବାବି ସାହେବ

ରାଜକୋଟ:ଆଉ ନାହାନ୍ତି ଖାତନାମା କ୍ରିକେଟ କୋଚ ଆକବାରଖାନ ବାବି । 'ବାବି ସାହେବ' ନାମରେ ସେ ଲୋକପ୍ରିୟ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ବୟସଗତ କାରଣ ନେଇ ତାଙ୍କର ମୃତ୍ୟୁ ହୋଇଥିବା ଗୁରୁବାର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(SCA) ପକ୍ଷରୁ ସୂଚନା ଦିଆଯାଇଛି ।

ରାଜକୋଟ ତଥା ଆଖପାଖ ଅଞ୍ଚଳରେ କ୍ରିକେଟ କୋଚିଂରେ ବାବି ସାହେବ ଅଗ୍ରଣୀ ଥିଲେ । ପ୍ରାୟ 4 ଦଶନ୍ଧିରୁ ଅଧକ ସମୟ ଧରି ସେ କୋଚ ରହିଛନ୍ତି । ପୂର୍ବତନ ଟେଷ୍ଟ ଖେଳାଳି ଧୀରଜ ପର୍ସନ, ଉଦୟ ଜୋଷୀ, ନିରଞ୍ଜନ ମେହେଟ୍ଟା, ମହେନ୍ଦ୍ର ରାଜଦୀପଙ୍କ ସମେତ ଅନେକ ସ୍ମରଣୀୟ କ୍ରିକେଟରଙ୍କ କୋଚ ରହିଛନ୍ତି ଆକବାରଖାନ ବାବି ।

ବନ୍ଦିତ ଜିବରାଜନି, ଓ କ୍ରିଷନ ପାରମର ମଧ୍ୟ ବାବିଙ୍କ ଠାରୁ କୋଚିଂ ନେଇଛନ୍ତି । ପୂର୍ବତନ ଟମ ଇଣ୍ଡିଆ କ୍ରିକେଟର ବିନୋଦ କାମ୍ବଲି ମଧ୍ୟ ତାଙ୍କ ଠାରୁ କୋଚିଂ ନେଇଛନ୍ତି ।

ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଅନୁଯାୟୀ, ଭାରତରେ ବାବି ପ୍ରଥମ କୋଚ ଭାବେ ଅଷ୍ଟ୍ରେଲୀୟ କୋଚିଂ ପ୍ରଣାଳୀକୁ ଲାଗୁ କରିଥିଲେ । ଏଥିସହିତ ବିସିସିଆଇର କୋଚ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

ଆକବାରଖାନ ବାବିଙ୍କ ଦେହାନ୍ତରେ ପୂର୍ବତନ ବିସିସିଆଇ ଓ ଏସସିଏ ସମ୍ପାଦକ ନିରଞ୍ଜନ ସାହ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details