ଲଣ୍ଡନ: ଦେଶରେ ଘରୋଇ କ୍ରିକେଟ ବାତିଲ ତାରିଖକୁ ବୃଦ୍ଧି କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ଅଗଷ୍ଟ 1 ପର୍ଯ୍ୟନ୍ତ କୌଣସି ପ୍ରକାର ଘରୋଇ କ୍ରିକେଟ ମ୍ୟାଚ ଖେଳାଯିବ ନାହିଁ ବୋଲି ଇସିବି ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ବୋର୍ଡ ପକ୍ଷରୁ ଜୁଲାଇ 1 ପର୍ଯ୍ୟନ୍ତ କ୍ରିକେଟ ବାତିଲ ଘୋଷଣା ହୋଇଥିଲା ।
ଅଗଷ୍ଟ 1 ଯାଏଁ ଇଂଲଣ୍ଡରେ ଘରୋଇ କ୍ରିକେଟ ବାତିଲ: ECB - ଇଂଲଣ୍ଡ କ୍ରିକେଟ ବୋର୍ଡ
ଦେଶରେ ଘରୋଇ କ୍ରିକେଟ ବାତିଲ ତାରିଖକୁ ବୃଦ୍ଧି କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ଅଗଷ୍ଟ 1 ପର୍ଯ୍ୟନ୍ତ କୌଣସି ପ୍ରକାର ଘରୋଇ କ୍ରିକେଟ ମ୍ୟାଚ ଖେଳାଯିବ ନାହିଁ ବୋଲି ଇସିବି ପକ୍ଷରୁ ଘୋଷଣା କରାଯାଇଛି ।
ଅଗଷ୍ଟ 1 ଯାଏଁ ଇଂଲଣ୍ଡରେ ଘରୋଇ କ୍ରିକେଟ ବାତିଲ: ECB
ୟୁକେ ସରକାର ଓ ହେଲଥ ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତି ନିଆଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ପ୍ରଫେସନାଲ ଗେମ ଗ୍ରୁପ(PGG) ଘରୋଇ କ୍ରିକେଟ ନେଇ ସ୍ଥିତି ଅନୁଧ୍ୟାନ ପରେ ଜୁନରେ ରିପୋର୍ଟ ପ୍ରଦାନ କରିବ । ଏହାପରେ କ୍ରିକେଟ ଆରମ୍ଭ ନେଇ ଚୁଡାନ୍ତ ନିଷ୍ପତି ହୋଇପାରିବ ବୋଲି ଇସିବି ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଟମ ହରିସନ କହିଛନ୍ତି ।
ତେବେ ଇସିବିର ଏହି ଘୋଷଣାନାମାରେ ଆୟରଲାଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ସିରିଜର ନେଇ ସ୍ପଷ୍ଟ କରାଯାଇନାହିଁ ।