ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ 14 ଜଣିଆ ଟି-20 ବିଶ୍ବକପ ସ୍କ୍ବାଡରେ ଏମଏସ ଧୋନିଙ୍କୁ ଓ ଶିଖର ଧୱନଙ୍କୁ ବାଦ ଦେଇଛନ୍ତି ସେ । ଜୁଲାଇ 2019ରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି ଏମଏସ ଧୋନି । ସେପଟେ ଟି-20 କ୍ରିକେଟକୁ ଫେରିଲେ ମଧ୍ୟ ପ୍ଲେଇଙ୍ଗ ଇଲେଭେନରେ ରହିନପାରନ୍ତି ଧୱନ । ଚୋପ୍ରା ନିଜ ସ୍କ୍ବାଡରେ ଆଶ୍ଚର୍ଯ୍ୟ ଜନକ ଭାବେ 4 ଜଣ ପେସରଙ୍କୁ ନେବା ସହ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଅଲ ରାଉଣ୍ଡର ଭାବେ ସ୍ଥାନ ଦେଇଛନ୍ତି ।
ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଓପନର ଭାବେ ନେଇଛନ୍ତି ଚୋପ୍ରା । 2013ରୁ ରୋହିତ ହ୍ବାଇଟ ବଲ କ୍ରିକେଟରେ ଓପନିଂ କରୁଛନ୍ତି । ରାହୁଲ ମଧ୍ୟ ଟି-20 ଟିମରେ ନିଜ ସ୍ଥାନ ପକ୍କା କରି ଦେଇଛନ୍ତି । 2019 ବିଶ୍ବକପ ପରେ କେଏଲ ରାହୁଲଙ୍କ କ୍ୟାରିଅର ବିପଦରେ ଥିଲା କିନ୍ତୁ ଟିମ ମ୍ୟାନେଜମେଣ୍ଟଙ୍କ ସମର୍ଥନ ପରେ ରାହୁଲ ସମସ୍ତ ସୁଯୋଗରେ ଭଲ ପ୍ରଦର୍ଶନ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ 5ଟି ଟି-20ରେ ସେ 224 ରନ କରିଛନ୍ତି, ଏହାସହ 3ଟି ଦିନିକିଆରେ 204 ରନ କରିଛନ୍ତି ।
ରୋହିତ ଓ ରାହୁଲଙ୍କ ପରେ ଚୋପ୍ରା ଅଧିନାୟକ ବିରାଟ କୋହଲିଙ୍କୁ ରଖିଛନ୍ତି । କୋହଲିଙ୍କ ପରେ ଋଷଭ ପନ୍ତ । 2019 ବିଶ୍ବକପରେ ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ନ୍ୟାସନାଲ ଟିମରେ ସ୍ଥାନ ପାଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବି ଫର୍ମାଟ ସ୍ଥାୟୀ ଭାବେ ସ୍ଥାନ ହାସଲ କରି ନାହାନ୍ତି ।