ଓଡିଶା

odisha

ETV Bharat / sports

ଆଇସିସିରେ ଅସହମତି, ଝୁଲିଲା ଚେୟାରମ୍ୟାନ ନିର୍ବାଚନ - ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ସୋମବାର ବସିଥିବା ବୋର୍ଡ ବୈଠକ ବିନା ନିଷ୍କର୍ସରେ ଶେଷ ହୋଇଛି । ଶଶାଙ୍କ ମନୋହରଙ୍କ ସ୍ଥାନରେ ପରବର୍ତ୍ତୀ ଆଇସିସି ଚେୟାରମ୍ୟାନ ନିଷ୍ପତ୍ତି ହୋଇପାରିନାହିଁ ।

No decision yet on new ICC chairman as members fail to reach consensus in board meeting
ଆଇସିସିରେ ଅସହମତି, ଝୁଲିଲା ଚେୟାରମ୍ୟାନ ନିର୍ବାଚନ

By

Published : Aug 11, 2020, 5:20 PM IST

ନୂଆଦିଲ୍ଲୀ: ସୋମବାର ବସିଥିବା ବୋର୍ଡ ବୈଠକ ବିନା ନିଷ୍କର୍ସରେ ଶେଷ ହୋଇଛି । ଶଶାଙ୍କ ମନୋହରଙ୍କ ସ୍ଥାନରେ ପରବର୍ତ୍ତୀ ଆଇସିସି ଚେୟାରମ୍ୟାନ ନିଷ୍ପତ୍ତି ହୋଇପାରିନାହିଁ । ବୈଠକରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ପ୍ରକ୍ରିୟା ଆରମ୍ଭ ହେବାନେଇ ଆଶା କରାଯାଉଥିଲା । ମାତ୍ର ଏଥିପାଇଁ ଦିନ ଧାର୍ଯ୍ୟ ହୋଇପାରିନାହିଁ । ବୈଠକରେ ସର୍ବସମ୍ମତି କ୍ରମେ ଜଣେ ସଦସ୍ୟ ପ୍ରାର୍ଥୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ମୁଖ୍ୟ ହେବା ନେଇ ନିଷ୍ପତି ହୋଇପାରିନାହିଁ ।

ଏକାଧିକ କାରଣ ପାଇଁ ସର୍ବସମ୍ମତି କ୍ରମେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ ମିଳିବା କଷ୍ଟକର । ମୋଟ 17ଟି ସଦସ୍ୟ ବୋର୍ଡ ଏକାଧିକ ଭାଗରେ ବିଭକ୍ତ । ସେଥିପାଇଁ ସମର୍ଥନ ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏମିତି କିଛି ସଙ୍କେତ ଦେଇଛନ୍ତି, ଆଇସିସିର ଜଣେ ବୋର୍ଡ ସଦସ୍ୟ ।

ସର୍ବସମ୍ମତି ପାଇଁ ଜଣେ ପରିଚିତ ତଥା ଉପଯୁକ୍ତ ବ୍ୟକ୍ତିଙ୍କ ଅଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଚେୟାରମ୍ୟାନ ରେସରେ ସାମିଲ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ।

ପାକିସ୍ତାନ ପ୍ରଥାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶ ଅନୁଯାୟୀ, ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଏହସାନ ମଣି ଘରୋଇ ବୋର୍ଡ ଛାଡିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଇଂଲଣ୍ଡର କୋଲିନ ଗ୍ରେଭସ ଅନ୍ୟତମ ଶକ୍ତିଶାଳୀ ପ୍ରାର୍ଥୀ । ମାତ୍ର ତାଙ୍କୁ ଫେବରିଟ କୁହାଯାଇପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details