ଓଡିଶା

odisha

ETV Bharat / sports

ଦେଶ ଲକଡାଉନ ସହ ଅନିଶ୍ଚିତତାରେ ଆଇପିଏଲ - No decision on IP

ସାରା ଦେଶ ଏବେ 21 ଦିନ ଲକଡାଉନ ରହିଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) କହିଛି ଯେ, ବୋର୍ଡ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛି ।

no-decision-on-ipl-2020-yet-bcci-monitoring-situation-amid-covid-19-lockdown
ଦେଶ ଲକଡାଉନ ସହ ଅନିଶ୍ଚିତତାରେ ଆଇପିଏଲ

By

Published : Mar 30, 2020, 11:25 PM IST

ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଭାଗ୍ୟ ଉପରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ସେପଟେ ସାରା ଦେଶ ଏବେ 21 ଦିନ ଲକଡାଉନ ରହିଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) କହିଛି ଯେ, ବୋର୍ଡ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛି ।

ବିସିସିଆଇର ସୂତ୍ର ପ୍ରକାଶ ଯ, ଏପର୍ଯ୍ୟନ୍ତ ଆଇପିଏଲ୍ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଆମେ ପରିସ୍ଥିତି ଉପରେ ତୀକ୍ଷଣ୍‌ ନଜର ରଖିଛୁ ଏବଂ ସେହି ଅନୁଯାୟୀ ଯୋଜନା ମଧ୍ୟ କରୁଛୁ । ଏହାପୂର୍ବରୁ ଚଳିତ ମାସ ଆରମ୍ଭରେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଆଇପିଏଲକୁ ଏପ୍ରିଲ୍ 15, ପର୍ଯ୍ଯନ୍ତ ସ୍ଥଗିତ ରଖିଥିଲା । ବୋର୍ଡ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଏହା କ୍ରୀଡା ମନ୍ତ୍ରଣାଳୟ ସହିତ ମିଳିତ ଭାବରେ କାର୍ଯ୍ୟ କରିବ ଏବଂ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଲଢେଇ ସହିତ ମାର୍ଚ୍ଚ 29 ରୁ ଆଇପିଏଲର 13 ତମ ସଂସ୍କରଣ ଆରମ୍ଭ ହେବାର ଥିଲା ।

ABOUT THE AUTHOR

...view details