ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ଲକଡାଉନ ଯୋଗୁଁ ଦେଶରେ କ୍ରିକେଟ ସମେତ ସମସ୍ତ କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ତେବେ କ୍ରିକେଟ ଆରମ୍ଭ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବୟାନ ସାମ୍ନାକୁ ଆସିଛି । ଗାଙ୍ଗୁଲି କହିଛନ୍ତି ନିକଟ ଭବିଷ୍ୟତରେ ଭାରତରେ କୌଣସି କ୍ରିକେଟ ଖେଳାଯିବ ନାହିଁ ।
ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ ହେବନାହିଁ: ସୌରଭ ଗାଙ୍ଗୁଲି - ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
କ୍ରିକେଟ ଆରମ୍ଭ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବୟାନ ସାମ୍ନାକୁ ଆସିଛି । ଗାଙ୍ଗୁଲି କହିଛନ୍ତି ନିକଟ ଭବିଷ୍ୟତରେ ଭାରତରେ କୌଣସି କ୍ରିକେଟ ଖେଳାଯିବ ନାହିଁ ।
![ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ ହେବନାହିଁ: ସୌରଭ ଗାଙ୍ଗୁଲି No cricket in India in near future, says BCCI President Sourav Ganguly](https://etvbharatimages.akamaized.net/etvbharat/prod-images/768-512-6916527-352-6916527-1587705095374.jpg)
ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ ହେବନାହିଁ: ସୌରଭ ଗାଙ୍ଗୁଲି
ଗାଙ୍ଗୁଲି କହିଛନ୍ତି କ୍ରିକେଟ ମ୍ୟାଚ ଠାରୁ ମଣିଷର ଜୀବନ ଅଧିକ ମୂଲ୍ୟବାନ । ଜୀବନ ପ୍ରତି ବିପଦ ଥିବାବେଳେ, ଖେଳ କଥା ଚିନ୍ତା କରିବା ସପକ୍ଷରେ ସେ ନାହାନ୍ତି । ତେବେ ଇଣ୍ଡିଆନ ପ୍ରିମିୟର ଲିଗ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜନ ଚର୍ଚ୍ଚାକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଗାଙ୍ଗୁଲି । ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ ଆୟୋଜନ ପାଇଁ ଉଭୟ ଆଇସିସି ଓ ଅଷ୍ଟ୍ରେଲିଆର ଅନୁମତି ଆବଶ୍ୟକ । କାରଣ ଅକ୍ଟୋବର 15ରୁ ଟି-20 ବିଶ୍ବକପ ଆରମ୍ଭ ନେଇ ପୂର୍ବରୁ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ