ଓଡିଶା

odisha

ETV Bharat / sports

କମୁଛି ଜୋସ୍, ଓସିଏର ଫୋକସରୁ ଜୁନିୟର ବାଦ !

ଓସିଏରେ ଜୁନିୟର କ୍ରିକେଟ ଆରମ୍ଭ ନେଇ ଚିତ୍ର ଅସ୍ପଷ୍ଟ । ଚିନ୍ତାରେ ଜୁନିୟର କ୍ରିକେଟର । ଅଧିକ ପଢନ୍ତୁ...

No clarity on OCA's junior level plan, official responsible. says Former ranji player
କମୁଛି ଜୋସ୍, ଓସିଏର ଫୋକସରୁ ଜୁନିୟର ବାଦ !

By

Published : Jan 3, 2021, 8:20 PM IST

କଟକ: ଓସିଏ ଆରମ୍ଭ କରିଛି ଫଟାଫଟ କ୍ରିକେଟ । ପ୍ରଥମେ ଆନ୍ତଃଜିଲ୍ଲା ଟି20 ଓ ପରେ ଜାରି ରହିଛି ଓଡିଶା କ୍ରିକେଟ ଲିଗ । ତେବେ ଜୁନିୟର କ୍ରିକେଟ କେବେ ଆରମ୍ଭ ହେବ ସେନେଇ ଏବେ ବି ଚିତ୍ର ଅସ୍ପଷ୍ଟ ।

କମୁଛି ଜୋସ୍, ଓସିଏର ଫୋକସରୁ ଜୁନିୟର ବାଦ !

ସମୟ ପୂର୍ବରୁ ପ୍ରସ୍ତୁତିରେ କମି ଯୋଗୁଁ ପ୍ରଦର୍ଶନ ହେଉଛି ପ୍ରଭାବିତ । ଜାତୀୟସ୍ତରୀୟ 16 ବର୍ଷରୁ କମ ଓ 19 ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରେ ଜୁନିୟର ଟିମ ଓଡିଶା ହେଉଛି ନିରାଶ । ଜୁନିୟର ବର୍ଗର ଏକାଧିକ ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ, ଓଡିଶାର ପଏଣ୍ଟ ଟେବୁଲର ଶେଷ ଭାଗରେ ସ୍ଥାନ ରହୁଛି । ଫଳରେ ଏକାଧିକ ଜୁନିୟର ଖେଳାଳି ନିଜର କ୍ରିକେଟ ସ୍ବପ୍ନ ଓ ବାସ୍ତବତାକୁ ନେଇ ଦ୍ବନ୍ଦ୍ବରେ । ଅନେକ ଜୁନିୟର ଖେଳାଳିଙ୍କ ସ୍ୱପ୍ନ ଧୂଳିସାତ ହେବା ଉପରେ । କାରଣ ସିନିୟର ବର୍ଗର ଲିଗ ଆରମ୍ଭ ହୋଇସାରିଥିବାବେଳେ, କୋରୋନା ପରେ ଜୁନିୟର ଖେଳାଳିଙ୍କ ପାଇଁ କୌଣସି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇନାହିଁ । ଏହି ସ୍ଥିତି ପାଇଁ ପରିଚାଳନା କମିଟିର ଆନ୍ତରିକତାର ଅଭାବ ନେଇ ଇସାରା କରିଛନ୍ତି ପୂର୍ବତନ କ୍ରିକେଟର ।

ଓସିଏ ପକ୍ଷରୁ ଜୁନିୟର ଖେଳାଳିଙ୍କ ମଧ୍ୟରେ ଏକ ମେଗା ଲିଗ ଆରମ୍ଭ ନେଇ ଆଶାବାଦୀ ଅଛନ୍ତି ଜୁନିୟର ଖେଳାଳି । ଜୁନିୟର ଖେଳାଳିଙ୍କ ଉପରେ ଫୋକସ ଦେବାକୁ ଲକ୍ଷ୍ୟ ଥିବା କହିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା । ଅନ୍ୟପଟେ ଏହି ସ୍ଥିତି ପାଇଁ ପରିଚାଳନା କମିଟିର ଆନ୍ତରିକତାର ଅଭାବ ଆଡକୁ ଇଶାରା କରିଛନ୍ତି ପୂର୍ବତନ କ୍ରିକେଟର । ନୂତନ ଜୁନିୟର ଚୟନ କମିଟି ଦ୍ବାରା ଦକ୍ଷ ଖେଳାଳିଙ୍କ ଚୟନ ସହ ଓସିଏ ଖୁବଶୀଘ୍ର ଭବିଷ୍ୟତର ଓଡିଶା ଖେଳାଳିଙ୍କ ପ୍ରତି ଧ୍ୟାନ ନଦେଲେ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ଥିବା ପୂର୍ବତନ ରଣଜୀ ଖେଳାଳି ଆଶଙ୍କା ପ୍ରକାଶ କରିଛନ୍ତି ।

କୋରୋନା କଟକଣା ଯୋଗୁଁ ଏଯାବତ ଟ୍ରାକକୁ ଫେରି ନାହାନ୍ତି ଜୁନିୟର ଖେଳାଳି । ଫଳରେ ଓସିଏ କେବେ ତାରିଖ ଘୋଷଣା କରିବ ଓ ଭବିଷ୍ୟତର ଓଡିଶା ଖେଳାଳି ମଇଦାନକୁ ଫେରିବେ ସମସ୍ତଙ୍କର ଅପେକ୍ଷା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details